କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଙ୍କ ନେତୃତ୍ୱ ରେ ପୁରୀ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା ପୁରୀ ଯୁବ କଂଗ୍ରେସ ର କାର୍ଯ୍ୟକର୍ତ୍ତା ଙ୍କ ସମେତ ଜ଼ିଲ୍ଲା କଂଗ୍ରେସ ର ଅନେକ କାର୍ଯ୍ୟକର୍ତା | ପୁରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ଅଫିସ ପାଖକୁ ଯୁବ କଂଗ୍ରେସ ର ଶତାଧିକ କାର୍ଯ୍ୟକର୍ତା ମାଡି ଆସି ସେଠାରେ ବିଜେପି ବିରୋଧରେ ନାରାବାଜି ସହ ନରେନ୍ଦ୍ର ମୋଦି ଙ୍କ କୁଶପୁତ୍ତଳିକା ପୋଡିଥିଲା ଯୁବ କଂଗ୍ରେସ | ଏହାର କାରଣ ସ୍ୱରୂପ ସଂସଦ ରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଙ୍କ ପ୍ରଥମ ଅଭିଭାଷଣ ରେ ରାହୁଲ ଗାନ୍ଧୀ କହିଥିଲେ “ହିନ୍ଦୁ ଶାନ୍ତି ପ୍ରିୟ ଏବଂ କଥା କଥିତ ହିନ୍ଦୁ ଙ୍କ ଦ୍ୱାହି ଦେଇ ରାଜନୀତି କରିଥିବା ହିନ୍ଦୁତ୍ୱ ର ଦଳ ବିଜେପି ହିଂସା ପ୍ରିୟ” ଏହାକୁ ବିଜେପି ସାରା ଭାରତ ର ହିନ୍ଦୁ ଙ୍କ ପାଖରେ ରାହୁଲ ଗାନ୍ଧୀ ଙ୍କ ସତ୍ୟ ଭାଷଣ କୁ କଦର୍ଥ କରି ବିରୋଧ କରିଥିଲେ | ଓଡ଼ିଶାର ଇତିହାସରେ ପ୍ରଥମ ଥର ବିଜେପି ସରକାର କରିବା ପରେ ଏବେ ବିଜେପି ହିଂସା ପ୍ରିୟ ଦଳର ପରିଚୟ ଦେଇ – ଗଲା ୨ଜୁଲାଇ ୨୦୨୪ ରେ ଓଡିଶା ବିଜେପି ଯୁବମୋର୍ଚ୍ଚା ରାହୁଲ ଗାନ୍ଧୀ ଙ୍କ ପ୍ରତି ଗଣତାନ୍ତ୍ରିକ ଉପାୟରେ ବିରୋଧ ବଦଳରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କୁ ଟେକା-ପଥର ମାଡ କରିଥିଲେ ଏବଂ ଏଥିରେ ଯୁବ ଓ ଛାତ୍ର କଂଗ୍ରେସ ର ଅନେକ ଜଣ ଆହତ ହୋଇଥିଲେ | ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିଲା | ଏହାକୁ କେନ୍ଦ୍ର କରି ଯୁବ କଂଗ୍ରେସ କହିଛି ଯଦି ରାହୁଲ ଗାନ୍ଧୀ ଙ୍କ ଭାଷଣ ମିଛ ତେବେ ବିଜେପି ଜବାବ ଦଉ ରାଜନୈତିକ ପ୍ରଚାର ପ୍ରସାର ପାଇଁ ୨୦୨୪ ସାଧାରଣ ନିର୍ବାଚନ ରେ ଗୋ-ମାଂସ ବ୍ୟବସାୟୀ ଙ୍କ ଠାରୁ ଯୋଉ ବିଜେପି ସରକାର ଚାନ୍ଦା ନେଇଛି ସିଏ କୋଉ ହିନ୍ଦୁ ? ଯୋଉ ବିଜେପି ସରକାର ର କେନ୍ଦ୍ର ମନ୍ତ୍ରୀ ବ୍ରିଜେଭୂଷଣ ଯିଏ ଭାରତର ସଂମାନ ଚମ୍ପିୟାନ ମେଡଲିଷ୍ଟ ମହିଳା ପହିଲଵାନ ଙ୍କ ଶୋଷଣ କରେ ସେଇ ବିଜେପି ଦଳର ଅନେକ ନେତା ଙ୍କ ନାମରେ ନାରୀ ଶୋଷଣ କେଶ ଥିବା ବେଳେ ବିଜେପି ଜବାବ ଦେଉ ସେ କୋଉ ହିନ୍ଦୁ ପରମ୍ପରା କୁ ବିଶ୍ୱାସ କରେ ? ଯୁବ ଓ ଛାତ୍ର ଙ୍କ ପ୍ରତି ପ୍ରତାରିତ କରି “ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ” କରି ଏଠି ଶିକ୍ଷା ମନ୍ତ୍ରୀ ଚୁପ ଓ ମୋଦି ଜି ନିରବ | ୨କୋଟି ନିଯୁକ୍ତି ର ପ୍ରତିଶୃତି ଦେଇ ଆଜି ବି ପ୍ରତିଶୃତି ରଖି ପାରିନଥିବା ବିଜେପି ର ସତ୍ୟତା କୁ ରାହୁଲ ଗାନ୍ଧୀ ସମ୍ମୁଖ କୁ ଆଣିଥିଲେ ବିଜେପି ହିଂସା ପ୍ରିୟ ଦଳ କହିବା ପରେ ଓଡିଶା ଓ ଗୁଜରାଟ ରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଉପରେ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ହିଂସ୍ର ରୂପ ନେଇ ଟେକା ପଥର ମାରିବା ଘଟଣାରେ ପୋଲିସ ଉପସ୍ଥିତ ରେ ସବୁ ହୋଇଥିଲେ ବି ପୋଲିସ ଚୁପ ଏଠି ବିଜେପି ହିଂସା ପ୍ରିୟ ପ୍ରମାଣ ଦେଇଛି | ଓଡିଶା ପ୍ରଦେଶ ଯୁବ କଂଗ୍ରେସ ର ଆହ୍ୱାନ ରେ ପ୍ରତ୍ୟକ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରି ଆରକ୍ଷୀ ଅଧିକାରୀ ଙ୍କ ଜରିଆରେ ପୋଲିସ ଡି.ଜି ଓ ଆଇ.ଜି ଙ୍କୁ ସମସ୍ତ ବିଜେପି ଗୁଣ୍ଡା କର୍ମକର୍ତ୍ତା ଙ୍କୁ ଗିରଫ କରିବାକୁ ଦାବିପତ୍ର ପ୍ରଦାନ କରାଯାଇଛି | ଏହାର ପ୍ରତିଫଳ ପୁରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ମଧ୍ୟ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ ପଦର୍ଶନ ସହ ଦାବି ପତ୍ର ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା କଂଗ୍ରେସ ଇଂ ରାଜେଶ ମିଶ୍ର, ସୁକାନ୍ତ ପ୍ରଧାନ, ଉମାପଦ ମିଶ୍ର ଙ୍କ ସହ ପୁରୀ ନଗର ସଭାପତି ଅମରେନ୍ଦ୍ର ପାଇକରାୟ, ପୁରୀ ଜ଼ିଲ୍ଲା କଂଗ୍ରେସ ମୁଖପାତ୍ର ସ୍ୱାଧୀନ ପଣ୍ଡା, ରଜତ୍ କୁମାର ସାହୁ, ମହିଳା କଂଗ୍ରେସ ସରସ୍ବତୀ ପାତ୍ର, ବିଦୁଲତା ଆଚାର୍ଯ୍ୟ ଙ୍କ ସହ ପୁରୀ ବିଧାନସଭା ଯୁବ କଂଗ୍ରେସ ର ସଭାପତି ମନୋଜ ମଣ୍ଡଳ, ଉପସଭାପତି ଅନିଲ ବେଜ ଙ୍କ ସହ ଜ଼ିଲ୍ଲା ଯୁବ କଂଗ୍ରେସ ଉପସଭାପତି ଆଦିତ୍ୟ ସାମନ୍ତରାୟ, ଜ଼ିଲ୍ଲା
ଯୁବ କଂଗ୍ରେସ ଉପସଭାପତି ତ୍ରିଲୋଚନ ଜାଲି, ଉପସଭାପତି ଜଗଦୀଶ ରାଉତ, ସାହିଲ ମହାନ୍ତି, ହେମନ୍ତ ପ୍ରଧାନ, ସାହିଲ ପୃଷ୍ଟି ଙ୍କ ସହ ଶତାଧିକ ଯୁବ କଂଗ୍ରେସ କର୍ମୀ ଙ୍କ ଉପସ୍ଥିତି ରେ ଆରକ୍ଷୀ ଅଧିକାରୀ ଙ୍କ ଜରିଆରେ ପୋଲିସ ବିଭାଗ ଡି.ଜି ଓ ଆଇ.ଜି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି |
Related Stories
November 22, 2024