ନୂଆଦିଲ୍ଲୀ/ଭୁବନେଶ୍ୱର,ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତାରେ ରାଷ୍ଟ୍ରପତି କହିଛନ୍ତି , ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗ ସମ୍ବାଦ ପାଇ ମୁଁ ଅତ୍ୟନ୍ତ ଦୁଃଖିତ । ସେ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ ଓଡ଼ିଶାର ବିକାଶ ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ମୁଁ ତାଙ୍କ ଶୋକସନ୍ତପ୍ତ ପରିବାର-ବର୍ଗ ଏବଂ ଅନୁଗାମୀମାନଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି ।