ନୂଆଦିଲ୍ଲୀ, ଜାତୀୟ ସୁରକ୍ଷା ଆଇନ ଅଧୀନରେ ଜେଲରେ ବନ୍ଦ ଅମୃତପାଲ ସିଂହ ଶୁକ୍ରବାର ଦିନ ଲୋକସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି । ସେ ଖଂଡୁର ସାହିବ ଲୋକସଭା ସିଟରୁ ବିଜୟୀ ହୋଇଛନ୍ତି । ଶପଥ ଗ୍ରହଣ କରିବା ପାଇଁ ତାଙ୍କୁ ଚାରିଦିନ ପାରୋଲ ମିଳିଥିଲା । ଏଥର ନିର୍ବାଚିତ ହୋଇଥିବା 539 ସଦସ୍ୟ ଲୋକସଭାର ପ୍ରଥମ ଅଧିବେଶନରେ ଶପଥ ଗ୍ରହଣ କରିଥିଲେ । ଅମୃତପାଲଙ୍କ ବ୍ୟତୀତ ଆଜି ଜମ୍ମୁ-କଶ୍ମୀରର ବାରମୂଳା ସିଟରୁ ନିର୍ବାଚିତ ହୋଇଥିବା ଶେଖ୍ ଅବଦୁଲ ରଶିଦ ଓରଫ ଇଂଜିନିୟର ରଶିଦ ବି ସମ୍ବିଧାନର ଶପଥ ନେଇଛନ୍ତି । ସେ ବେଆଇନ ଗତିବିଧି ଅଧିନିୟମ ଅଧୀନରେ ଜେଲରେ ଅଛନ୍ତି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କୁ ଦୁଇ ଘଂଟା ପାରୋଲରେ ପାଇଁ ଅନୁମତି ଦେଇଥିଲେ ।