![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର, ଅବସର ପରେ ମଧ୍ୟ ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇଛନ୍ତି ରାଜ୍ୟ ସରକାର । ଅବସର ପରେ ବି ସୁଡ଼ା ନିର୍ଦ୍ଦେଶକ ଥିବା ସାରଦା ପ୍ରସାଦ ପଣ୍ଡା ଓ ପୌର ନିର୍ଦ୍ଦେଶକ ଥିବା ସଂଗ୍ରାମଜିତ୍ ନାୟକଙ୍କୁ ହଟାଯାଇଛି । ସାରଦାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁ ସୁଡ଼ା ନିର୍ଦ୍ଦେଶକ ହୋଇଛନ୍ତି । ସେହିପରି ସଂଗ୍ରାମଜିତଙ୍କ ସ୍ଥାନରେ ଦେବାଶିଷ ସିଂହଙ୍କୁ ପୌର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଏସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।