
ନୂଆଦିଲ୍ଲୀ,ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ପରେ ଜେପି ନଡ୍ଡା ଟ୍ୱିଟ କରି କହିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ ଓ ଟିଡିପି ସାଂସଦଙ୍କୁ ବୈଠକ ହୋଇଛି ।
ଏହି ବୈଠକରେ ବିକଶିତ ଭାରତ ଓ ବିକଶିତ ଆନ୍ଧ୍ର ପାଇଁ ନିଜ ନିଜ ଦୃଷ୍ଟିକୋଣ ସେୟାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଆମର ଏନଡିଏ ସରକାର ଆନ୍ଧ୍ରପ୍ରଦେଶକୁ ନୂଆ ଶିଖରକୁ ନେଇଯିବା ପାଇଁ ପ୍ରତିବଦ୍ଧ ଅଟେ ।