
ନୂଆଦିଲ୍ଲୀ, କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଶୁକ୍ରବାର ହାଥରସ ଦଳାଚକଟାକୁ ନେଇ ପୀଡିତ ତଥା ପରିଜନଙ୍କୁ ଭେଟିଛନ୍ତି । ଭାରତୀୟ ଜନତା ପାର୍ଟି ରାହୁଲ ଗାନ୍ଧିଙ୍କ ଏହି ଭେଟକୁ ରାଜନୀତି ପ୍ରେରିତ ବୋଲି କହିଛି । ବିଜେପି କହିଛି ଯେ, ରାହୁଲ ଗାନ୍ଧି ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଉପରେ ରାଜନୀତି କରୁଛନ୍ତି, ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ଅଟେ ।
ଶୁକ୍ରବାର ବିଜେପି ମୁଖପାତ୍ର ଡ.ସୁଧାଂଶୁ ତ୍ରିବେଦୀ ମିଡିଆ ସହ ଆଲୋଚନାରେ କହିଛନ୍ତି ଯେ, ରାହୁଲ ଗାନ୍ଧି ଯେବେଠାରୁ ସଂସଦରେ ବିରୋଧୀ ଦଳ ନେତା ହୋଇଛନ୍ତି, ସେ ଭୟ ଓ ଭ୍ରମର ରାଜନୀତି କରୁଛନ୍ତି । ସେ ସଂସଦରେ ଅଗ୍ନିବୀର ପ୍ରସଙ୍ଗକୁ ନେଇ ମିଛ କହୁଛନ୍ତି । ଆଜି ହାଥରସର ଏହି ହୃଦୟ ବିଦାରକ ଘଟଣାକୁ ନେଇ ସେ ଯେଉଁ ରାଜନୀତି କରିବାକୁ ଉଦ୍ୟମ କରୁଛନ୍ତି, ତାହା ଅତ୍ୟନ୍ତ ଦୁଃଖଦ ଅଟେ
+।