
ଭୁବନେଶ୍ୱର,ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀଙ୍କୁ ଦଳ ପକ୍ଷରୁ ବଡ ଦାୟିତ୍ୱ ଦିଆଯାଇଛି । ତାଙ୍କୁ କେରଳର ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ କେରଳର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଦଳର ସାଧାରଣ ସମ୍ପାଦକ ଓ କେନ୍ଦ୍ରୀୟ କାର୍ଯ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଏହି ସୂଚନା ଦେଇଛନ୍ତି ।