 
                
ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, ଆସନ୍ତା ୧୯ ତାରିଖ ଦିନ ଚଣ୍ଡିଖୋଲ ଠାରେ ଉପରୋକ୍ତ ସରକାରଙ୍କ ରାଜ୍ୟ ସ୍ୱାର୍ଥ ବିରୋଧି କାର୍ଯ୍ୟ ପ୍ରତିବାଦରେ ବିରାଟ ସମାବେଶ କରାଯିବ  । ଏହା ପରେ ଆନ୍ଦୋଳନ ଗାଁ ଗାଁ ଓ ସହର ସହର ମଧ୍ୟରେ ଚାଲିବ  । ଏହି ଆନ୍ଦୋଳନରେ ସାମିଲ୍ ହେବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ସେ କଂଗ୍ରେସକୁ ଆହ୍ୱାନ ଦେଇଛନ୍ତି  । ଅନ୍ୟପକ୍ଷରେ ବିଭିନ୍ନ ଟ୍ରେଡ଼୍ ୟୁୁନିଅନକୁ ମଧ୍ୟ ଏଥିରେ ସାମିଲ୍ କରାଯିବ  । ଏନଆଇଏନଏଲ ପ୍ରତିଷ୍ଠା କରିବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଯଥେଷ୍ଟ ଅବଦାନ ରହିଛି  । ଏହି ସଂସ୍ଥାର କ୍ଷତି ୨୦୦ କୋଟିରେ ପହଂଚି ଥିଲେ ମଧ୍ୟ କମ୍ପାନୀର ଅଂଶୀଦାର ଥିବା ଓଡ଼ିଶା ଖଣି ନିଗମ ପାଖରେ ଲାଭାଂଶ ଅର୍ଥ ୨ ହଜାର କୋଟି ଟଙ୍କା ରହିଛି  । ସେହି ଅର୍ଥରେ ଏହାର ଭରଣା କରାଯାଇପାରିବ  । ମାତ୍ର ରାଜ୍ୟ କିମ୍ବା କେନ୍ଦ୍ର ସରକାର ସେ ଦିଗରେ ଗୁରୁତ୍ୱ ଦେଉନାହାଁନ୍ତି  । ଘରୋଇକରଣ କରିବା ପାଇଁ ଅଂଶୋଧନକୁ ପ୍ରତ୍ୟାହାର କରି ନିଆଯାଉଛି । ସମ୍ପୃକ୍ତ କମ୍ପାନୀକୁ କୌଣସି ଅନୁମୋଦନ ଦିଆଯାଉନାହିଁ  । ରାଜ୍ୟ ସରକାର ଇତିମଧ୍ୟରେ ତାର ଅଂଶୋଧନ ୩୬ ପ୍ରତିଶତ ପ୍ରତ୍ୟାହାର କରିନେବା ପାଇଁ ସ୍ଥିର କରିଛନ୍ତି  । ଘରୋଇକରଣ ପଛରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ରହିଛି  ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏନଆଇଏଲର କର୍ତୃପକ୍ଷ ୨୦୨୦ ସୁଦ୍ଧା ଏହାର ପୁନଃଉଦ୍ଧାର କରାଯିବ  । ଏନେଇ ଯୋଜନା ଚାଲିଥିବା କହିଥିଲେ  । ଉକ୍ତ ପ୍ରକଳ୍ପକୁ ରାଜ୍ୟ ସରକାର ରଖିଲେ ବର୍ଷକୁ ହଜାରେ କୋଟି ଟଙ୍କାର ରାଜସ୍ୱ ପାଇବେ  ।
                            
                        
	                    
 
                    







