
ଭୁବନେଶ୍ୱର, ଲୋକସେବା ଭବନରେ ପ୍ରାକୃତିକ ବିପର୍ଯ୍ୟାୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ।
ଦୁଇ ଉପମୁଖ୍ୟମନ୍ତ୍ରୀ 8 ମନ୍ତ୍ରୀ ଓ 14 ବିଭାଗୀୟ ସଚିବଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ମୋହନ ମାଝୀଙ୍କ ପ୍ରଥମ ପ୍ରାକୃତିକ ବିପର୍ଯ୍ୟାୟ ପରିଚାଳନା ବୈଠକ । ଆଗକୁ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟାୟକୁ କିପରି ମୁକାବିଲା କରାଯିବ, ସେ ନେଇ ଆଲୋଚନା ଚାଲିଛି । ଗତ ସଭାରେ ନିଆଯାଇଥିବା ନିଷ୍ପଭିଗୁଡିକର ଅନୁପାଳନ ଏବଂ ସଭ୍ୟମାନେ ଦେଇଥିବା ସୁଚିନ୍ତିତ ପରାମ ରାମର୍ଶଗୁଡିକର କାର୍ଯ୍ୟକାରିତା ସମ୍ପର୍କରେ ଏଥିରେ ସୂଚନା ଦିଆଯାଇଛି ।