
ଭୁବନେଶ୍ୱର/ନୀଳଗିରି,ଚଳନ୍ତା ଗାଡିରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଚାଳକ। ନୀଳଗିରି ଘାଟଘରସାହି ନିକଟରେ ସ୍କର୍ପିଓ ଗାଡିଟି ନୀଳଗିରିରୁ ଟାଙ୍ଗଣା ଅଭିମୁଖେ ଯାଉଥିବା ବେଳେ ହଠାତ୍ ହୁତୁହୁତୁ ହୋଇ ଜଳି ଉଠିଥିଲା। ଗାଡିରେ ଯାଉଥିବା ଗାଡ଼ିର ମାଲିକ ଅଭିମନ୍ୟୁ ବୁଗୁଡେଇ ଘରକୁ ଫେରୁଥିବା ବାଟରେ ଏହି ଅଘଟଣ ଘଟିଥିବା ଜଣାପଡିଛି। ଖବର ପାଇ ନୀଳଗିରି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛି।