ରାଂଚି,ହେମନ୍ତ ସୋରେନ ଜୁଲାଇ ୭ରେ ତୃତୀୟ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ରାଜ୍ୟପାଳ ସିପି ରାଧାକୃଷ୍ଣନ ଡକାଇବାରେ ହେମନ୍ତ ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଝାମୁମୋ) ଏବଂ ସହଯୋଗୀ ଦଳ କଂଗ୍ରେସ ଏବଂ ରାଷ୍ଟ୍ରିୟ ଜନତା ଦଳ (ରାଜଦ)ର ନେତାମାନଙ୍କ ସହିତ ଗୁରୁବାର ରାଜଭବନରେ ପହଂଚିଥିଲେ । ରାଜ୍ୟପାଳ ସିପି ରାଧାକୃଷ୍ଣନ ହେମନ୍ତ ସୋରେନଙ୍କୁ ସରକାର ଗଠନ କରିବା ନେଇ ପ୍ରସ୍ତାବ ଦେଇଥିଲେ ।