
ଭୁବନେଶ୍ୱର – ଯେବେ ସରକାର ନିଷ୍ପତି ନେବେ, ସେବେ ରତ୍ନ ଭଣ୍ଡାର ଖୋଲାଯିବ । ତେବେ ଆସନ୍ତା ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିନପାରେ । ଉକ୍ତ ଦିନ ରଥ ଯାତ୍ରା ଥିବାରୁ ରତ୍ନ ଭଣ୍ଡାର ଖୋଲାଯିବା ସମ୍ଭାବନା କମ୍ । ଭୁବନେଶ୍ୱରରେ ପହଂଚିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ରତ୍ନଭଣ୍ଡାର ଯାଂଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ।
ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ଅବସରପାପ୍ତ ଜଷ୍ଟିସ୍ ଅରିଜିତ୍ ପଶାୟତ କହିଛନ୍ତି, ଆସନ୍ତା ୮ ତାରିଖରେ ରଥ ଯାତ୍ରା ଥିବାରୁ ସେଦିନ ରତ୍ନ ଭଣ୍ଡାର ଖୋଲାଯିବା ଆଶା କ୍ଷୀଣ । ଏ ସମ୍ପର୍କରେ ନିଷ୍ପତି ସରକାର ନେବେ । ଯେବେ ସରକାର ନିଷ୍ପତି ନେବେ, ସେବେ ରତ୍ନ ଭଣ୍ଡାର ଖୋଲାଯିବ । ସେ ଆସନ୍ତାକାଲିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବେ । ଏହା ମଧ୍ୟରେ ସେ ରତ୍ନଭଣ୍ଡାର ଇନଭେେଂଟାରି କମିଟିର ବୈଠକରେ ଯୋଗଦେବେ ।