 
                ଭୁବନେଶ୍ୱର- ଏଣିକି କଲେଜରେ ପାଠପଢ଼ାରେ ଦୁର୍ବଳ ଛାତ୍ର ଏବଂ ଉପସ୍ଥାନ କମ୍ ରହିଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅତିରିକ୍ତ କ୍ଲାସ୍ କରାଯିବ  । ଅଧ୍ୟାପକ ମାନେ କଲେଜକୁ ଆସି ସେମାନଙ୍କୁ ପାଠ ପଢାଇବେ  । ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି  । ସେ କହିଛନ୍ତି ଯେ, ପ୍ରାକ୍ଟିକାଲ୍ କ୍ଲାସ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ  । ଏହାଦ୍ୱାରା ସମ୍ପୃକ୍ତ ଛାତ୍ରଛାତ୍ରୀ ମାନେ ଅନ୍ୟ ଛାତ୍ରଙ୍କ ସମକକ୍ଷ ହୋଇପାରିବେ  ।   ସୂଚନାଯୋଗ୍ୟ ଯେ, ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ଏହି ବ୍ୟବସ୍ଥାକୁ ବିଦ୍ୟାଳୟ ମାନଙ୍କରେ ଲାଗୁ କରିଛନ୍ତି  ।
                            
                        
	                    
 
                    







