
ଭୁବନେଶ୍ଵର– ଗତ ୨୪ ଘଂଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ସର୍ବାଧିକ ୬୩.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାର ବାଂଶପାଳରେ ୫୮.୨ ମି.ମି., ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୪୬.୮ ମି.ମି., ଦେବଗଡ଼ ଜିଲ୍ଲାର ରିଆମାଳରେ ୪୪.୮ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୪୨.୦ ମି.ମି., ଗୁରୁଣ୍ଡିଆରେ ୪୧.୦ ମି.ମି., ଲେଫ୍ରିପଡ଼ାରେ ୪୦.୨ ମି.ମି., ସମ୍ବଲପୁର ଜିଲ୍ଲାର ଧନକଉଡ଼ାରେ ୪୦.୦ ମି.ମି., ସମ୍ବଲପୁରରେ ୩୭.୮ ମି.ମି., କେନ୍ଦୁଝର ଜିଲ୍ଲାର କେନ୍ଦୁଝରଗଡ଼ରେ ୩୭.୫ ମି.ମି., ବରଗଡ଼ ଜିଲ୍ଲାର ପଦମପୁରରେ ୩୬.୦ ମି.ମି., ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ୩୬.୦ ମି.ମି. ଏବଂ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୩୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।