
ନୂଆଦିଲ୍ଲୀ– ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ଓ ଉପମୁଖ୍ୟମନ୍ତ୍ରୀ ଭଟ୍ଠି ବିକ୍ରମାର୍କ ମଲ୍ଲୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦୁଇ ନେତାଙ୍କୁ ସାକ୍ଷାତର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି ଏହି ସୂଚନା ଦେଇଛି । ଦିଲ୍ଲୀ ଗସ୍ତରେ ଆସିଥିବା ରେୱନ୍ତ ରେଡ୍ଡି ଓ ଭଟ୍ଟି ବିକ୍ରମାର୍କ ମଲ୍ଲୁ ଏହା ପୂର୍ବରୁ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ତେଲେଙ୍ଗାନା ସହ ସଂପର୍କିତ ମାମଲାରେ ଆଲୋଚନା କରିଥିଲେ ।