ନୂଆଦିଲ୍ଲୀ, କେନ୍ଦ୍ର ସଂଚାର ତଥା ଉତ୍ତର ପୂର୍ବାଂଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକସଭା କ୍ଷେତ୍ର ଗୁନାରେ 2013 ସମୟରେ ନିର୍ମାଣ ଏକ ସ୍ପାଇସ ପାର୍କର ପୁନରୁତ୍ଥାନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖିଛନ୍ତି । ସିନ୍ଧିଆ ପତ୍ରରେ ଗୁନା ଅଂଚଳର ମାଭନ ଗାଁରେ ଶହେ ଏକରରେ ନିର୍ମାଣ ରାଜ୍ୟର ସେହି ଏକ ମାତ୍ର ସ୍ପାଇସ ପାର୍କ କଥା ଉଠାଇଛନ୍ତି, ଯାହାର ନିର୍ମାଣ 2013, ମାର୍ଚ୍ଚ 16ରେ ହୋଇଥିଲା ।
କେନ୍ଦ୍ର ସଂଚାର ମନ୍ତ୍ରୀ ସିନ୍ଧିଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲେଖିଛନ୍ତି ଯେ, ଗୁନା ଅଂଚଳର ଶିଳ୍ପ ବ୍ୟବସାୟ ସହିତ ଯୋଡିବା ପାଇଁ ସ୍ଥାପିତ କରାଯାଇଥିବା ଏହି ସ୍ପାଇସ ପାର୍କର ମସଲା ୟୁନିଟରୁ ମସଲା ରପ୍ତାନି ହୋଇଥାଏ । ଏଥିପାଇଁ ଟ୍ରକ୍ ଗୁଡିକର କ୍ରମାଗତ ଗତିବିଧି ଲାଗିରହିଥାଏ । ଏହି ଟ୍ରକ୍ ଗୁଡିକ ସିଙ୍ଗୱାସା ରେଳ ବ୍ରିଜ୍ ଦେଇ ଯାଇଥାଏ । ଅଣ୍ଡରପାସ କାରଣରୁ ମାଲ ବୋଝେଇ ଟ୍ରକର ରାସ୍ତା ପାର ସମ୍ଭବ ହୋଇପାରୁନାହିଁ । ଏହାଯୋଗୁ ରପ୍ତାନୀରେ ବାଧା ଉପୁଜୁଛି । ସ୍ପାଇସ ପାର୍କରୁ ପରିବହନରେ ଆସୁଥିବା ସମସ୍ୟାକୁ ଦୂର କରିବା ଏବଂ ଏଠାରେ ମଜବୁତ ପରିବହନ ବ୍ୟବସ୍ଥାକୁ ସ୍ଥାପିତ କରିବା ପାଇଁ ସେ ଦାବି କରିଛନ୍ତି ।