
ନୂଆଦିଲ୍ଲୀ– ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନାଇଡୁ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୋର ଏକ ରଚନାତ୍ମକ ବୈଠକ ହୋଇଛି, ଯେଉଁଥିରେ ଆନ୍ଧ୍ରପ୍ରଦେଶର କଲ୍ୟାଣ ଓ ବିକାଶ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ତାଙ୍କ ନେତୃତ୍ୱରେ ଆମ ରାଜ୍ୟ ଏକ ଶକ୍ତିଶାଳୀ ରାଜ୍ୟ ଭାବେ ପୁଣି ଥରେ ବାହାରିବ ।
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ତେଲୁଗୁ ଦେଶମ ପାର୍ଟି ପ୍ରମୁଖ ପରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକାରୀ ଓ ପୀୟୁଷ ଗୋଏଲଙ୍କୁ ବି ସାକ୍ଷାତ କରିଛନ୍ତି । ଏହି ଅବସରରେ ଟିଡିପିର ଶ୍ରୀକାକୁଲମରୁ ସାଂସଦ କିଂଜରାପୁ ରାମମୋହନ ନାଇଡୁ, ଗୁଂଟୁରରୁ ସାଂସଦ ପି.ଚନ୍ଦ୍ରଶେଖର ଓ ନରସାପୁରମରୁ ବିଜେପି ସାଂସଦ ବିଆର ଶ୍ରୀନିବାସ ବର୍ମା ବି ତାଙ୍କ ସହ ଥିଲେ ।