ଭୁବନେଶ୍ବର – :‘ମୋ’ ବସର ନାମ ବଦଳି ହୋଇପାରେ ‘ଆମ’ ବସ୍। ଯଦି ଆବଶ୍ୟକ ହୁଏ ତେବେ ଏହା ଉପରେ ଆଲୋଚନା ହେବ । ଏହା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।
ଆଜି ମୋ ବସରେ ଡ ମହାପାତ୍ର ଯାତ୍ରା କରିଥିଲେ । ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ଆମେ ହେଲେ ଭଲ ହେବ। ‘ମୋ’ ବସ ସେବା ଲୋକମାନଙ୍କୁ ସୁବିଧା ଯୋଗାଉଥିବା ବେଳେ ଏହା ଚାଲୁ ରହିବ। ଆବଶ୍ୟକ ପଡ଼ିଲେ ବସ୍ ସଂଖ୍ୟା ବଢାଯିବ ବୋଲି ସେ କହିଛନ୍ତିା
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ’ ବସ୍ର ନାମ ଓ ରଙ୍ଗ ବଦଳିବ। ଭୁବନେଶ୍ବର ଓ କଟକ ପାଇଁଆହୁରି ୧୦ ଲେଖାଏଁ ବସ୍ ଅଣାଯିବ।
ସେ କହିଛନ୍ତି, ଆଗକୁ ପ୍ରଧାନମନ୍ତ୍ରୀ ଇ-ବସ ଯୋଜନାରେ ଓଡ଼ିଶାକୁ ୪୦୦ ବସ୍ ଆସିବାକୁ ଥିବା ବେଳେ ଭୁବନେଶ୍ବର, କଟକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ମଧ୍ୟ ଏହି ବସ୍ ଚଳାଚଳ କରିବ ବୋଲି ମନ୍ତ୍ରୀ କହିଛନ୍ତି।
ଆଜି ସକାଳେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମାଷ୍ଟରକ୍ୟାଣ୍ଟିନ ଠାରୁ ଗାଡ଼କଣ ପର୍ଯ୍ୟନ୍ତ ‘ମୋ’ ବସରେ ଯାତ୍ରା କରିବା ସହ ଯାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।