ଜମ୍ମୁ, 5725 ତୀର୍ଥଯାତ୍ରୀଙ୍କ ଷଷ୍ଠବ୍ୟାଚ ଅମରନାଥ ଗୁମ୍ଫା ତୀର୍ଥଯାତ୍ରା ପାଇଁ ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସ ବେସ କ୍ୟାମ୍ପରୁ ବୁଧବାର ସକାଳେ କଶ୍ମୀର ଘାଟି ଅଭିମୁଖେ ଯାଇଛି ।
ବମ୍ ବମ୍ ଭୋଳା ନାରା ଦେଇ ତୀର୍ଥଯାତ୍ରୀ ଆଜି ସକାଳେ 238 ଗାଡିର କାଫିଲାରେ ଜମ୍ମୁର ଆଧାର ଶିବିରରୁ ବାହାରିଛନ୍ତି । ଏହି 5725 ତୀର୍ଥଯାତ୍ରୀରେ 4481 ଜଣ ପୁରୁଷ ଓ 1034 ମହିଳା, 25 ଜଣ ପିଲା, 173 ସାଧୁ ଓ 12ଜଣ ସାଧ୍ୱୀ ଅଛନ୍ତି । ଏଥିରୁ 2514 ତୀର୍ଥଯାତ୍ରୀ ବାଲଟାଲରୁ ଓ 3211 ତୀର୍ଥଯାତ୍ରୀ ପହଲଗାମ ବେସ କ୍ୟାମ୍ପରୁ ବାହାରିଛନ୍ତି । ଏହି ତୀର୍ଥଯାତ୍ରୀ ଆଜି ସନ୍ଧ୍ୟାରେ ନିଜ ନିଜ ବେସକ୍ୟାମ୍ପରେ ପହଂଚିବେ, ସେଠାରୁ ସେ ଗୁରୁବାର ସକାଳେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପବିତ୍ର ଗୁମ୍ପା ଅଭିମୁଖେ ଗସ୍ତ କରିବେ ।