ଭୁବନେଶ୍ବର – ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ପୁରୀ ଶ୍ରୀମନ୍ଦିର ରତ୍ନ ଭଂଡାର ଖୋଲା ଯିବା ତାରିଖ ଘୋଷଣା କରାଯିବ ।
ସେ କହିଛନ୍ତି ଯେ ଏନେଇ ନିଷ୍ପତ୍ତି ସରିଥିବା ବେଳେ ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ। ଏଥିଲାଗି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯିବ।
ସେ କହିଛନ୍ତି ଯେ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲୁଛି ଏହା ଏକ ଗୁଜବ । ଏହି ଗୁଜବକୁ ଲୋକେ ବିଶ୍ବାସ ନ କରନ୍ତୁ ବୋଲି ସେ ନିବେଦନ କରିଛନ୍ତିା