
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସଭା ଗୃହରେ ତେଲକୋଇ ନୂତନ ଭାବେ ନିର୍ବାଚିତ ହୋଇଥିବା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକଙ୍କ ପ୍ରଥମ ସମ୍ମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଦୁଲାରାମ ମାରାଣ୍ଡିଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମନୟ ବୈଠକରେ ବିଧାୟକ ଶ୍ରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ନୂତନ ସରକାରଙ୍କ ଉପରେ ଅଧିକ ଭରଷା ରହିଛି । ତେଣୁ ସରକାରଙ୍କ ସମସ୍ତ ଯୋଜନା ଯେପରି ଗ୍ରାମାଞ୍ଚଳ ଲୋକଙ୍କ ପକ୍ଷରେ ପହଞ୍ଚିବ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ କହିଥିଲେ । ଅପରପକ୍ଷରେ ଗ୍ରାମାଞ୍ଚଳର ଲୋକମାନେ ବ୍ଲକ, ତହସିଲ, ଥାନା, ଶିକ୍ଷା, ପ୍ରାଣୀ, କୃଷି ଆଦି ବିଭାଗକୁ ସେମାନଙ୍କର ସମସ୍ୟା ନେଇ ଆସିଲେ ତୁରନ୍ତ ସମାଧାନ କରିବାକୁ ମଧ୍ୟ ଅଧିକାରୀମାନଙ୍କୁ କହିଥିଲେ । ଏଥିସହ ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ଆଦିର ଉନ୍ନତି କରଣ ସଂପର୍କରେ ମଧ୍ୟ ବିଧାୟକ ଶ୍ରୀ ନାଏକ ଆଲୋଚନା କରିଥିଲେ । ଅତିରିକ୍ତ ତହସିଲଦାର ବିରାମ କିସ୍କୋ, ବିଇଓ ଚିନ୍ମୟ କୁମାର ରାଉତ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବାଶିଷ କୁମାର ଦାସ, ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ସ୍ୱପ୍ନାରାଣୀ ଉପାଧ୍ୟାୟ, ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ପ୍ରତାପ ରାଉତ, ଅଗ୍ନିଶମ ଅଧିକାରୀ ଗୌର ମୋହନ ହେମ୍ବ୍ରମ, ସିଡ଼ିପିଓ ପ୍ରବୀଣା ନାଏକ, କୃଷି ଅଧିକାରୀ ଶଶି ଭୂଷଣ ମହାପାତ୍ର, ପ୍ରାଣୀ ଅଧିକାରୀ ଡାକ୍ତର ରଘୁନାଥ ଜିରାଇ, ଉଦ୍ୟାନ ଅଧିକାରୀ ମୋନିକା ନାୟକ, ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲ୍ଲା, ଆରଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାମସାଇ ମାରାଣ୍ଡି, କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମିହିର କିଶାନ, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପୁଲସ୍ତ ରାଉତ, ଯୋଗାଣ ବିଭାଗର ପ୍ରଣତି ମାଝୀ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଞ୍ଜନ କୁମାର ଦାଶ, ସାମାଜିକ ସୁରକ୍ଷା ଅଧିକାରୀ ମୋତିଲାଲ ନାଏକ, ମତ୍ସ୍ୟ ଅଧିକାରୀ ଲାଦା ହେମ୍ବ୍ରମ ପ୍ରମୁଖ ନିଜ ନିଜ ବିଭାଗର ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ । ବୈଠକରେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ମାଝୀ, ପୂର୍ବତନ ମଣ୍ଡଳ ସଭାପତି ପ୍ରଣବ କିଶୋର ମହାନ୍ତି, ଶିରିଶ ଚନ୍ଦ୍ର ସାହୁଙ୍କ ସମେତ ବିଜେପି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।