-
ଜାତୀୟ ରାଜପଥରୁ ହଟିବ ଅବରୋଧ, ଗାଡି ପାର୍କିଂ କଲେ ଜୋରିମାନା- ଉପ ଜିଲାପାଳ
ଜୟପୁର , ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଶାସନ ପକ୍ଷରୁ ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ଉପଜିଲାପାଳ ପ୍ରଭାତ କୁମାର ପରିଡା ଙ୍କ ଆହ୍ୱାନରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ଠାରୁ ଜାତୀୟ ରାଜପଥ କଡରେ ଭାରି ଯାନ ପାର୍କିଂ କଲେ ଜୋରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି । ଓଭର ଲୋଡିଂ କରିିଥିବା ଗାଡି ଉପରେ ଜୋରିମାନା ପାଇ ନିଷ୍ପତି ହୋଇଛି । ସହରରେ ସ୍ପିଡ ବାଇକର, ବିକଟାଳ ଶଦ୍ଧ କରୁଥିବା ଯାନ ଉପରେ, ବିନା ହେଲମେଟରେ ବାଇକ ଚଲାଉ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ହୋଇଛି । ଲୋକଙ୍କୁ ସଚେତନ କରିବା ସହ ଅନ୍ୟ ଦିଗ ଉପରେ ଦୃଷ୍ଟି ଆକର୍ଷଣ କରାଯିବ । ଜାତୀୟ ରାଜପଥ କଡରେ ଜବରଦଖଲ ଉଛେଦ ପାଇ ଜୟପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ଜୟପୁର ଦେଇ ଯାଇଥିବା ଦୁଇଟି ଜାତୀୟ ରାଜପଥ ନଂ ୨୬ ଏବଂ ନଂ ୩୨୬ର ଉଭୟ ପାଶ୍ୱର୍ରେ ବଢ଼ି ଚାଲିଥିବା ଅବରୋଧ କିଭଳି ହଟାଯିବ ସେନେଇ ପ୍ରଶାସନିକ ନିଷ୍ପତି ହୋଇଛି । ଅଧିକାଂଶ ସ୍ଥାନରେ ସ୍ଥାୟୀ ଗ୍ୟାରେଜ୍ ନିର୍ମାଣ ହୋଇଥିବା ବେଳେ ଟ୍ରକ. ବସ୍ ଏବଂ ଟିପର ଭଳି ବଡ଼ ବଡ଼ ଗାଡ଼ି ଦିନ ସାରା ଜାତୀୟ ରାଜପଥ କଡ଼ରେ ମରାମତି ପାଇଁ ଠିଆ ହୋଇ ରହୁଛି । କିଛି ସ୍ଥାନରେ ଟ୍ରକ୍ ଗୁଡ଼ିକ ଜାତୀୟ ରାଜପଥ କଡ଼ରେ ପାର୍କିଂ କରାଯାଉଥିବା ବେଳେ ରାତ୍ରୀ ସେବା ଦେଉଥିବା ବସ୍ ଗୁଡ଼ିକ ମଧ୍ୟ ସମାନ ଢ଼ଙ୍ଗରେ ଦିନ ସାରା ଠିଆ ରହୁଛନ୍ତି । ଜାତୀୟ ରାଜପଥ କଡ ରେ ପାର୍କିଂଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ନିରିହ ଲୋକଙ୍କ ଜୀବନ ଯାଉଛି । ଜାତୀୟ ରାଜପଥର ଦେଓଘାଟି ଠାରୁ ଉମୁରି ଯାଏ ଉଭୟ ପାଶ୍ୱର୍ରେ ମାଲବାହି ଗାଡି ଠିଆ ହୋଇ ରହୁଛି । ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଆରଟିଓ ଜୟପୁର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଉପ ଜିଲାପାଳ ପରିଡା ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜୟପୁର ଉପ ଜିଲାପାଳ ପ୍ରଭାତ କୁମାର ପରିଡା, ରାସ୍ତା ଓ ଗୃହ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଖିରଧର କନ୍ଦପାଣି, ଆରଟିଓ ରାଜେଶ ମାରାଣ୍ଡି, ଜୟପୁର ପୌର ନିର୍ବାହି ଦାୟିତ୍ୱରେ ଥିବା ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ମୋନାଲିସା ଆଚାଯ୍ୟି ମଞ୍ଚାସିନ ଥିଲେ । ଏଥିରେ ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି, ଟାଉନ ଥାନା ଅଧିକାରୀ ରମଣି ରଞ୍ଜନ ଦଳେଇ,ଏନଏଚର ଯନ୍ତ୍ରୀ, ଚାମ୍ବାର ଅଫ କର୍ମସ, ଟ୍ରକ ମାଲିକ ସଂଘ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।