ବଲାଙ୍ଗିର/ବୁର୍ଲା ,ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଜୁଲାଇ ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ (GRF Camp)ର ଆୟୋଜନ କରୁଅଛି । ଏଣୁ ଏହି ଦୁଇ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ସେମାନେ ଉପସ୍ଥିତ ରହି ନିଜର ବାକିଥିବା ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ ।
ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିପିଡବ୍ଲୁଓଡିଏଲର ବିଭିନ୍ନ ସେକ୍ସନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ । ଆସନ୍ତା ଜୁଲାଇ 03 ତାରିଖ ଦିନ ଅଗଲପୁର, ଜୁଲାଇ 05 ତାରିଖ ଦିନ ସାଲେଭଟ୍ଟା, ଜୁଲାଇ 08 ତାରିଖ ଦିନ ଖପ୍ରାଖୋଲ, ଜୁଲାଇ 08 ତାରିଖ ଦିନ ପାଟନାଗଡ଼, ଜୁଲାଇ 10 ତାରିଖ ଦିନ ତୁରେଲଇକେଲା ଏବଂ କଣ୍ଟାବାଞ୍ଚି, ଜୁଲାଇ15 ତାରିଖ ଦିନ ସେକ୍ସନ-2 ବଲାଙ୍ଗିର, ଜୁଲାଇ 24 ତାରିଖ ବେଲଗାଁ, ଜୁଲାଇ 26 ତାରିଖ ଦିନ ଚଟମଖନା ସ୍ଥିତ ସେକ୍ସନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ ।
ସେହିପରି ସୋନପୁର ଜିଲ୍ଲା ଅନ୍ତର୍ଗତ ଅନ୍ତର୍ଗତ ଟିପିଡବ୍ଲୁଓଡିଏଲର ବିଭିନ୍ନ ସେକ୍ସନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ । ଆସନ୍ତା ଜୁଲାଇ 12 ତାରିଖ ଦିନ ସୋନପୁର ଓ ଖାରିଠାରେ, ଜୁଲାଇ 25 ତାରିଖ ଦିନ ସୁବଳୟା ଓ ବିରମହାରଜପୁର ଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି ।
ତେଣୁ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମର ଲାଭ ଉଠାଇ ବାକିଥିବା ଆପଣଙ୍କର ସମସ୍ତ ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ କରି ନିରବଚ୍ଛିନ୍ନ ତଥା ନିରନ୍ତର ବିଦ୍ୟୁତ୍ ସେବା ଉପଭୋଗ କରନ୍ତୁ ବୋଲି କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ,ଟିପିଡବ୍ଲୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା ଅନୁରୋଧ କରିଛନ୍ତି।