ଧର୍ମଶାଳା,ମୌସୁମୀ ସକ୍ରିୟ ହୋଇ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଉଛି । ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଏଥି ସହ ନଦୀରେ ସାମ୍ଭବ୍ୟ ବନ୍ୟା ଜଳ ପ୍ରବେଶ କରିବା ଅନୁମାନ କରାଯାଉଛି । ଦୃବଳ ନଦୀ ବନ୍ଧକୁ ମରାମତି ପାଇଁ ଜଳସମ୍ପଦ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ନଦୀ ବନ୍ଧ ମରାମତି ହୋଇପାରିଲା ନାହିଁ । ବିଗତ ବର୍ଷ ବନ୍ୟାରେ ପୀଡିତଙ୍କ ଆଖିରୁ ଲୁହ ଶୁଖି ନ ଥିବା ବେଳେ ପୁଣି ଆଗକୁ ଆସିବ ବନ୍ୟା । ଯାହାକୁ ନେଇ ନଦୀ କୂଳିଆ ଲୋକେ ଆତଙ୍କିତ ହୋଇ ପଡିଲେଣି । ଏଭଳି ଦୃବଳ ନଦୀ ବନ୍ଧ ଦେଖିବାକୁ ମିଳିଛି ଯାଜପୁର ଜିଲା ଜାରକା ଜଳସମ୍ପଦ ବିଭାଗ ଅଧିନରେ ଥିବା ଦେଓଦା ଓ ମଙ୍ଗଳପୁର ପଂଚାୟତ ଅଧିନରେ ଯାଇଥିବା ବ୍ରାହ୍ମଣଦୀ ନଦୀ ବନ୍ଧ କ୍ଷେତ୍ରରେ । ଯାତାୟତ ସମୟରେ ଲୋକେ ନାହିଁ ନ ଥବବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ ମଧ୍ୟ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ କିଛି ସଫଳ ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷେ ଏହି ଦୃବଳ ନଦୀ ବନ୍ଧରେ ଭାରିଯାନ ଚଳାଚଳ କରିବା ଫଳରେ ନଦୀ ବନ୍ଧ ଓ ଏହାର ତଳ ରାସ୍ତାରେ ବଡ ବଡ ଖାଲଖବାରେ ପରିଣତ ହେବା ସହିତ ଯାଇଥିବା ପିଚୁ ରାସ୍ତା ଫାଟି ଆଁ କଲାଣି ।
ଅନ୍ୟ ପକ୍ଷେ ଦୃବଳ ନଦୀ ବନ୍ଧକୁ ସୁଦୃଢ କରିବା ନିମେନ୍ତ କିଛି ଦିନ ପୂର୍ବେ ବିଭାଗୀୟ ଅଧିକାରୀଙ୍କୁ ଜିଲା ମୁଖ୍ୟାଳୟରେ ଯାଜପୁର ଜିଲାପାଳ ବୈଠକ ଡକାଇ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୫ ଦିନ ବିତିଗଲାଣି ହେଲେ ମରାମତି ହେବତ ଦୁରର କଥା ଏହି ସବୁ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ନଜର ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ଅଂଚଳରେ ବ୍ରାହ୍ମଣୀ ନଦୀ ବନ୍ଧ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି ହେଲେ ମରାମତିର ନାଁ ନେଉ ନାହିଁ ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଗଷ୍ଟ ମାସ ୨୦୨୦ ମସିହାରେ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଭାଙ୍ଗି ଯାଇ ଜଳମଗ୍ନ ହେବା ସହ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିଲା । ହେଲେ ପ୍ରଶାସନ ଚେତିବାତ ଦୂରର କଥା ଏହି ଅଂଚଳ ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ ବୋଲି ନଦୀ କୂଳିଆ ଲୋକେ ପ୍ରକାଶ କରିଛନ୍ତି । ଜାରକା ଜଳସେଚନ ବିଭାଗ ଅଧିନରେ ଥିବା ବ୍ରାହ୍ମଣୀ ନଦୀ ବନ୍ଧ ଦେଓଦା ଓ ମଙ୍ଗଳପୁର ପଂଚାୟତର ସେରପୁର,ନୂଆକୂଳ ଓ କୋଠଡିହ ଗ୍ରାମ ନିକଟରେ ଦୃବଳ ନଦୀ ବନ୍ଧ ଓ ଏହାର ରାସ୍ତା ଏବେ ବିପଦପୂଣ୍ଣ ଅବସ୍ଥାରେ ପଡି ରହିଛି । ଭାରି ଯାନ ସହ ଓଭର ଲୋଡ ବାଲି ହାଇୱା ଯିବା ଫଳରେ ବନ୍ଧ ଏବେ ବଡ ବଡ ଖାଲ ଖମା ହୋଇ ଏହି ନଦୀ ବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି ।ଏହି ରାସ୍ତା ଖାଲଖମାରେ ଭର୍ତି ହୋଇଛି । ପ୍ରତିଦିନ ଏହି ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟୁଛି । ବିଭିନ୍ନ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବାରୁ ଏହି ନଦୀ ବନ୍ଧ ରାସ୍ତାରେ ପ୍ରତ୍ୟେକ ଦିନ ଶହଶହ ଗାଡି ମଟର ସହିତ ବିଭିନ୍ନ ଅଂଚଳର ଶହସ୍ରାଧିକ ଲୋକେ ବ୍ରହ୍ମବରଦା ବଜାର,ସ୍କୁଲ,କଲେଜ,ମେଡିକାଲ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଯାଇଥାନ୍ତି । ନଦୀ ବନ୍ଧ ଓ ଏହାର ସଂଯୋଗିକରଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉ ନାହାନ୍ତି । ଫଳରେ ଏହି ବନ୍ଧର ସ୍ଥାୟୀତ୍ୱକୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ଏବେ ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେମାନେ କିଛି ଶୁଣୁ ନ ଥିବାରୁ ଗ୍ରାମବାସୀ ଏବେ ପ୍ରଶାସନ ଉପରେ ଭରସା ତୁଟାଇ ସାରିଲେଣି ବୋଲି ସେମାନଙ୍କ ପ୍ରତିକ୍ରୀୟାରେ ମତ ପ୍ରକାଶ କରିଛନ୍ତି । ତେବେ ଆଜି କୋଠଡିଅ ଗ୍ରାମବାସୀ ନଦୀ ବନ୍ଧରେ ଯାତାୟତ କରୁଥିବା ଭାରି ଯାନ ଚାଳକଙ୍କୁ ଏହି ରାସ୍ତା ଦେଇ ନ ଯିବାକୁ ବାରଣ କରିଛନ୍ତି । ଜିଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।