ଭୁବନେଶ୍ୱର, ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ ଓ ଅସହାୟ ଭତା ଯଥା କ୍ରମେ ୩,୦୦୦ରୁ ୩,୫୦୦ ବଢ଼ାଇବାକୁ ନିର୍ବାଚନରେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଲାଗୁ କରିବା ପାଇଁ ଚଳିତ ବଜେଟରେ ଅର୍ଥ ବ୍ୟବସ୍ଥା କରିବାକୁ ଭତାଧାରୀ ସଂଘର ନେତା ଶେଷଦେବ ନନ୍ଦ ଓ ରକ୍ଷାକର ଅନୁପମ ଦାବୀ କରିଛନ୍ତି । ଗଲା ନିର୍ବାଚନରେ ଭତା ବୃଦ୍ଧି କରିବା ପାଇଁ ଭାରତୀୟ ଜନତା ପାର୍ଟି ମୁଖ୍ୟ ପ୍ରତିଶୃତି ରଖିଥିଲା । ପଡ଼ୋଶୀ ଆନ୍ଧ୍ରପ୍ରଦେଶର ରେଡ୍ଡୀ ସରକାର ୩,୦୦୦ ଭତା ପ୍ରଦାନ କରୁଥିବା ବେଳେ ଏବେ ନୂଆ ଚନ୍ଦ୍ରବାବୁ ନାଇଡ଼ୁ ସରକାର ଭତାକୁ ଯଥାକ୍ରମେ ୪,୦୦୦ ଓ ବରିଷ୍ଠ ଓ ଦିବ୍ୟାଙ୍ଗ ଭତାକୁ ୬,୦୦୦ ବୃଦ୍ଧି କରିଛନ୍ତି । ସାଧାରଣ ଚାଷୀ ଆଦିବାସୀ ଓ ମୂଲିଆ ଲୋକଙ୍କୁ ବାର୍ଦ୍ଧକ୍ୟ ବୟସରେ ୩,୦୦୦ରୁ ୩,୫୦୦ ଦେଲେ ସମାଜରେ ପାରିବାରିକ ଆର୍ôଥକ ଓ ସାମାଜିକ ସନ୍ତୁଳନ ବୃଦ୍ଧି ପାଇବା ସହ ଗ୍ରମାଂଚଳରେ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି ଶ୍ରୀ ନନ୍ଦ ଓ ରକ୍ଷାକର ଅନୁପମ କହିଛନ୍ତି ।
Related Stories
November 22, 2024