ଭୁବନେଶ୍ୱର – ହୋମିଓପ୍ୟାଥିର ଜନକ ଡକ୍ଟର ସି.ଏଫ୍. ସାମୁଏଲ୍ ହ୍ୟାନିମ୍ୟାନଙ୍କ ୧୮୧ତମ ପୁଣ୍ୟତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ପ୍ରତ୍ୟୁଷରେ ଭୁବନେଶ୍ୱର ରେଡ୍କ୍ରସ୍ ଛକ ନିକଟସ୍ଥ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହୋମିଓପ୍ୟାଥିକ ଡ୍ରଗିଷ୍ଟ ଆସୋସିଏସନ୍ର ସମ୍ପାଦକ ଡକ୍ଟର ମନୋରଂଜନ ରାଉତ, ଡକ୍ଟର ଦିବ୍ୟରଂଜନ ଜେନା, କୈଳାସ ଚନ୍ଦ୍ର ସାହୁ, ଦୀପ୍ତିରଂଜନ ଦାସ, ସମାଜସେବୀ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ମାନବେନ୍ଦ୍ର ମିଶ୍ର, ବିଜୟ ସାହୁ, ଜୟ ଓଡ଼ିଶା ପକ୍ଷରୁ ସ୍ୱରାଜ ସୂତାର, ଜ୍ୟୋତିରଂଜନ ରାଉତ, ସନ୍ତୋଷ ସେଠୀ, ଉଇ ଫର ଭୁବନେଶ୍ୱରର କାର୍ଯ୍ୟକ୍ରମ ସଂଯୋଜକ ନରେନ୍ ସାହୁ, ସମାଜସେବୀ ଭାଗବତ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦୀପଦାନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ହୋମିଓପାଥି ସବୁ ସମୟରେ ଲୋକମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ସୁରକ୍ଷା ସହ ସ୍ୱଳ୍ପ ଖର୍ଚ୍ଚରେ ସେମାନଙ୍କୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛି । କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥାଇ ହୋମିଓପ୍ୟାଥିକ ଔଷଧ ସେବନ ଓ ଚିକିତ୍ସା ବ୍ୟବସ୍ଥା ବିଶ୍ୱର କୋଣ ଅନୁକୋଣରେ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କର ଆଦରଣୀୟ ହୋଇ ରହିଛି । ଏହି ହୋମିଓପ୍ୟାଥି ଚିକିତ୍ସା ବ୍ୟବସ୍ଥାର ଜନକ ଡକ୍ଟର ସାମୁଏଲ୍ ହ୍ୟାନିମ୍ୟାନଙ୍କର ହୋମିଓପ୍ୟାଥି ଚିକିତ୍ସା ବ୍ୟବସ୍ଥା ଉଦ୍ଭାବନ ବିଶ୍ୱବାସୀଙ୍କ ପାଇଁ ଅତୁଳନୀୟ ଅବଦାନ ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Related Stories
November 22, 2024