ଗଂଜାମ– ଶେରଗଡ ବ୍ଲକର ପିତଳ ଅଂଚଳର କୃଷକମାନେ ଚାଷକାର୍ଯ୍ଯ ପାଇଁ ଦୁଇ ବର୍ଷ ହେଲା ପିତ୍ତଳ ସେବା ସମବାୟ ସମିତି ମାଧ୍ୟମରେ ଆସୁଥିବା କେନ୍ଦ୍ର ସମବାୟ ବ୍ଯାଙ୍କ ଶେରଗଡ଼ ଶାଖାରେ ଆବେଦନ କରିଥିଲେ ମଧ୍ୟ କୃଷକମାନେ ଦୀର୍ଘ ଦିନ ହେଲା କୃଷି ଋଣ ପାଉନଥିବାରୁ ଚାଷକାଯ୍ଯରେ ଅଗ୍ରଗତି କରିପାରୁନାହାଁନ୍ତି । ଯାହାକୁ ନେଇ କୃଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ କୃଷି, ସମବାୟ ବିଭାଗ ମନ୍ତ୍ରୀ, କେଂଦ୍ର ସମବାୟ ବ୍ଯାକଂ ଓ ଶେରଗଡ ଶାଖା ପରିଚାଳକ ଘଟଣାର ତଦନ୍ତ କରି ତୁରନ୍ତ ଖରିଫ ଚାଷ ପୂର୍ବରୁ କୃଷକମାନଙ୍କୁ କୃଷିଋଣ ପ୍ରଦାନର ବ୍ଯବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି।
Related Stories
November 22, 2024