-
କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ ୬୪.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ ୬୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କଟକ ଜିଲ୍ଲାର କଂଟାପଡ଼ାରେ ୪୭.୦ ମି.ମି., ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୪୫.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରାରେ ୩୪.୨ ମି.ମି., ଟାଙ୍ଗିରିପାଲିରେ ୩୨.୪ ମି.ମି., କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରେ ୨୯.୦ ମି.ମି., ଭବାନୀପାଟଣାରେ ୨୮.୮ ମି.ମି., ବଲାଙ୍ଗିର ଜିଲ୍ଲାର ତୁରେଇକେଲା ୨୮.୬ ମି.ମି., ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ ୨୮.୪ ମି.ମି., ସୁନ୍ଦରଗଡ଼ରେ ୨୮.୦ ମି.ମି., ଲାଠିକଟାରେ ୨୭.୪ ମି.ମି., ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ୨୫.୦ ମି.ମି. ଏବଂ କେନ୍ଦୁଝର ଜିଲ୍ଲାର ତେଲକୋଇରେ ୨୩.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।