ଭୁବନେଶ୍ୱର, ନୂଆପଡା ଜିଲ୍ଲାରେ ବିଷାକ୍ତ ଛତୁ ଖାଇ 10 ଜଣ ଅସୁସ୍ଥ ହୋଇ ପଡିଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ବନ୍ଧପଡା ରେ ବିଷାକ୍ତ ଛତୁ ଖାଇ ଏହି ଘଟଣା ଘଟିଛି ।
ଘର ପାଖରେ ଜମି ରୁ ଛତୁ ଆଣି ରାନ୍ଧି ଖାଇଥିଲେ ପରେ ସମସ୍ତେ ଝାଡା ବାନ୍ତି ର ଶିକାର ହୋଇଥିବାବେଳେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତି ହୋଇଥିଲେ । ପରେ 6 ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଗୁରୁତର 4 ଜଣଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟଚିକିତ୍ସାଲୟ ରେ ଚିକିତ୍ସିତ ହେଉଛନ୍ତି ।