ଭଦ୍ରକ- ବିଦୁ୍ୟତ୍ ବିଲ୍ ନପାଇ ସମସ୍ତଙ୍କର ବିଦୁ୍ୟତ୍ କାଟି ଅନ୍ଧାର କରୁଥିବା ବିଦୁ୍ୟତ୍ ବିଭାଗ ଏବେ ହରଡଘଣାରେ ପଡିଯାଇଛି । ୬ ବର୍ଷ ହେଲା ପାଣି ଟିକସ, ବିଦୁ୍ୟତ୍ ପୋଲ ପକାଇବା ଟିକସ ଏବଂ ଷ୍ଟ୍ରକଚର କରିଥିବା ଜାଗାର ଟିକସ ନଦେଇ ଏବେ ନିଆଁ ପାଣି ବାଚ୍ଛନ୍ଦ ଭଳି ନୋଟିସ୍ ପାଇଛି । କେବଳ ବିଦୁ୍ୟତ୍ ବିଭାଗ ନୁହେଁ ମେରାଇନ୍ ଥାନା ପୁଲିସ୍ ବି ଏହି ନୋଟିସ୍ ପାଇଛି । ଏହି ୨ ବିଭାଗ ଏବେ ୩୯ ଲକ୍ଷ ୪୯ ହଜାର ୮୦୧ ଟଙ୍କା ଟିକସ ବାକି ରଖିଛନ୍ତି ମସô୍ୟ ବିଭାଗର । ଏଥିପାଇଁ ଧାମରା ମସô୍ୟ ବିଭାଗ କଡା ନୋଟିସ୍ ଦେଇ ଗୋଟିଏ ମାସ ସମୟ ଦେଇଛନ୍ତି ବାକିଆ ଟିକସ ଟଙ୍କା ପୈଠ ନକଲେ ଫେବ୍ରୁୟାରୀ ୧ ରୁ ପାଣି, ବିଦୁ୍ୟତ୍ ସରବରାହ ପାଇଁ ବ୍ୟବହୃତ ହେଉଥିବା ଖୁଣ୍ଟକୁ ବି ଉଚ୍ଛେଦ କରାଯିବ । ତଥ୍ୟରୁ ଜଣାପଡିଛି ଧାମରା ଉପକୂଳକୁ ସୁରକ୍ଷା ଦେବା ପାଇଁ ୨୦୧୦ ରୁ ଧାମରା ଠାରେ ମେରାଇନ୍ ଥାନା ପ୍ରତିÂା କରାଯାଇଥିଲା । ତରବରିଆ ଭାବେ ଏହି ମେରାଇନ୍ ଥାନା ଗୃହ ଉଦ୍ଘାଟନ ବେଳେ ଗୃହ ନଥିବାରୁ ଧାମରା ମାଛଧରା ବନ୍ଦର ପରିସରରେ ଥିବା ଦୁଇଟି ଗୃହକୁ ଭଡାନେଇ ପୁଲିସ୍ ବିଭାଗ ଆରମ୍ଭ କରିଥିଲା ଉପକୂଳ ସାମୁଦ୍ରିକ ଥାନା । ବିଡମ୍ବନା ହେଲା ୨୦୧୦ ଠାରୁ ଆଜିଯାଏଁ ପୁଲିସ୍ ବିଭାଗ ମାଗଣାରେ ଘରଭଡା, ପାଣି, ବିଜୁଳି ଜାଳିବା ସହ ନୂଆ ମାଛଧରା ଜେଟିକୁ ବିନା ଭଡାରେ ବ୍ୟବହାର କରୁଛି । ଏପରିକି ନୂଆ ମେରାଇନ୍ ଥାନା ହେବା ପରେ ବି ମସô୍ୟ ବିଭାଗର ମାଛଧରା ଜେଟିକୁ ବ୍ୟବହାର କରିବା ବାବଦରେ ଟିକସ ଦେଉନାହିଁ । ବାରମ୍ବାର ନୋଟିସ୍ ପରେ ମେରାଇନ୍ ପୁଲିସ୍ ସଜାଗ ନହେବାରୁ ଶେଷରେ ଧାମରା ମାଛଧରା ବନ୍ଦର ପରିସରରେ ଥିବା ମ୍ୟାନେଜମେଣ୍ଟ ସୋସାଇଟି କଡା ଚିଠି କରିଥିଲେ । ପ୍ରଥମ ଦଫାରେ ମ୍ୟାନେଜମେଣ୍ଟ ସୋସାଇଟିର ଅଧିକାରୀ ତାଙ୍କ ଚିଠି ନଂ ୧୫୬୧/୨୦୧୬ ରେ ଧାମରା ମେରାଇନ୍ ଥାନା ଅଧିକାରୀଙ୍କୁ ଚିଠି କରିଥିଲେ । ଫେଜ୍-୨ ରେ ତିଆରି ହୋଇଥିବା ମାଛଧରା ଜେଟିରେ ଥିବା ଅକ୍ସନ୍ ଓ ପ୍ୟାକିଂ ହଲର ୭ନଂ ଓ ୮ନଂ ହଲ୍ର ଦୁଇଟି ଘରକୁ ଭଡାରେ ନିଆଯାଇଥିଲା । ଯାହାର ଘରଭଡା ବାକି ୪ ଲକ୍ଷ ୧୮ ହଜାର । ସେହିପରି ବିଦୁ୍ୟତ୍ ବିଲ୍ ବାକି ୨୪ ହଜାର ୬୦୦ ଏବଂ ପାଣି ବିଲ୍ ବାକି ୭ ହଜାର ୫୬୦ ଟଙ୍କାକୁ ମିଶାଇ ମୋଟ ୪ ଲକ୍ଷ ୫୦ ହଜାର ୧୬୦ ଟଙ୍କା ବାକି ପଡିଛି । ୫୪ ମାସର ଘରଭଡା ବାକି ରହିଛି । ଏହାବାଦ୍ ୨ ଲକ୍ଷ ୨୩ ହଜାର ୫୦୦ ଟଙ୍କା ଆହୁରି ବାକି ପଡିଛି ପୁରୁଣା ଥାନାଗୃହ ଘରଭଡା ବାକି । ମୋଟ ୬ ଲକ୍ଷ ୭୩ ହଜାର ୬୬୦ ଟଙ୍କା ଦେବାକୁ ଧାମରା ମେରାଇନ୍ ଥାନା କାଳକ୍ଷେପଣ ନୀତି ଅବଲମ୍ବନ କରୁଛି । ୨୦୧୬ ରେ ଏହି ଚିଠି ପରେ ବି ମେରାଇନ୍ ପୁଲିସ୍ କର୍ଣ୍ଣପାତ କରିନଥିଲା । ଏବେ ପୁଣି ମସô୍ୟ ବିଭାଗର ମେନେଜମେଣ୍ଟ ବଡି ବସିବା ପରେ ନିଷ୍ପତ୍ତି ଅନୁଯାୟୀ ଭଦ୍ରକ ଉପ-ଜିଲାପାଳ ତାଙ୍କ ଚିଠି ନଂ ୩୫୦/୧୯ ରେ ଡିସେମ୍ବର ୧୮ ତାରିଖ ଦିନ ଭୁବନେଶ୍ୱରରେ ଥିବା ଏଆଇଜି ଅଫ୍ ପୁଲିସ୍ ମେରାଇନ୍ କୋଷ୍ଟାଲ ବିଭାଗକୁ କଡା ଚିଠି ଦେଇଛନ୍ତି । ଯାହାକି ବିଲ୍ ନମ୍ବର ୫୧୮, ୫୨୧ ଓ ୫୨୪ ବଳରେ ମୋଟ ୧୨ ଲକ୍ଷ ୬୮ ହଜାର ୦୯୩ ଟଙ୍କା ବାକି ପଡିଛି । ତାହାକୁ ତୁରନ୍ତ ପୈଠ କରିବା ପାଇଁ ଖାଲି ମେରାଇନ୍ ଥାନା ନୁହେଁ, ଧାମରା ମାଛଧରା ବନ୍ଦର ପରିସରରେ ଜାଗା ଭଡା ନେଇ ବିଦୁ୍ୟତ୍ ଷ୍ଟ୍ରକଚର କରିଥିବା ନେସ୍କୋ ବିଭାଗକୁ ମଧ୍ୟ କଡା ଚିଠି ହୋଇଛି । ୨୦୧୦ ଠାରୁ ଆଜିଯାଏ ଏହି ବିଭାଗ ଟଙ୍କାଟିଏ ଭଡା ଦେଉନାହିଁ । ପାଣି ନେଉଛନ୍ତି, ବିଦୁ୍ୟତ୍ ଖୁଣ୍ଟ ପକାଇ ଲୋକଙ୍କ ଠାରୁ ଟିକସ ଆଦାୟ କରୁଛନ୍ତି, ଅଥଚ ମାଛଧରା ବନ୍ଦରକୁ ଟିକସ ଦେଉନାହାଁନ୍ତି । ବିଭିନ୍ନ ବିଲ୍କୁ ହିସାବ କରି ମୋଟ ୨୬ ଲକ୍ଷ ୮୧ ହଜାର ୭୦୮ ଟଙ୍କା ପୈଠ କରିବାକୁ ଭଦ୍ରକ ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ନଂ ୩୪୮ ବଳରେ ନୋଟିସ୍ ଦେଇଛନ୍ତି । ବିଦୁ୍ୟତ୍ ବିଭାଗ ସମସ୍ତଙ୍କୁ ଅନ୍ଧାର କରିବା ପାଇଁ ନୋଟିସ୍ ଦେଉଥିବା ବେଳେ ମାଛଧରା ବନ୍ଦର କର୍ତ୍ତୃପକ୍ଷ ଖୋଦ୍ ବିଦୁ୍ୟତ୍ ବିଭାଗ ଏହି ନୋଟିସ୍ ଦେଇ ହଟଚମଟ ସୃଷ୍ଟି କରିଛି ।
Related Stories
November 24, 2024
November 24, 2024