ମାଲକାନଗିରି-ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ମାଲକାନଗିରି ଠାରେ ସିକେଲସେଲ ଅନାମିୟା ଏଲିନିମିନେସନ ଡ୍ରାଇଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଏମ. ଏମ. ହୁସେନ, ରକ୍ତ ଶିକୁଳି କ”ଣ, ଏହା କାହିଁକି ହୋଇଥାଏ, ଏହାର ନିରାକରଣ ବିଷୟରେ ବୁଝାଇ ଥିଲେ। ଡାକ୍ତର ଦୁର୍ଗା ପ୍ରସାଦ ଦାସ, (ଏପିଡେମୀଲୋଜିଷ୍ଟ ), ଡ଼ଃ. ରଞ୍ଜନ କୁମାର ସ୍ଵାଇଁ, ସେକ୍ରେଟାରୀ ଯୁବ ରେଡ କ୍ରସ, ଶିବସୁନ୍ଦର ପାଣିଗ୍ରାହୀ, ଅନିମେଶ ମହାପାତ୍ର, ଡାକ୍ତର ଗୀତାଞ୍ଜଳି ପଣ୍ଡା ଇତ୍ୟାଦି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜିଲ୍ଲାପାଳ ସଚିନ ପାୱାର ଙ୍କ ନିର୍ଦେଶ କ୍ରମେ ଯୁବ ରେଡକ୍ରସ ତରଫରୁ ଏକ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଗାଡି ମାଲକାନଗିରିର ଜନସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପଣ କରାଗଲା। ଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶଶଧର ପାଣିଗ୍ରାହୀ ଅନୁଷ୍ଠାନ ତଥା ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ପ୍ରାୟ ୨୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କର ରକ୍ତ ପରୀକ୍ଷା କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏହାକୁ ଲୋକାର୍ପଣ କରିଥିଲେ। ଡ଼ଃ. ସ୍ଵାଇଁ, ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ସହଯୋଗ କରିଥିଲେ।