
ଗଂଜାମ- ଗଂଜାମ ଜିଲାରେ ଏଡସ ନେଲାଣି୧୮୩୦ ଜୀବନ । ଜିଲାରେ ଗତ ୨୦୦୦ ମସିହା ଠାରୁ ଏପର୍ଯ୍ୟନ୍ତ ୧୮୩୦ ଜଣ ଏଡସ ରୋଗୀଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଜିଲାରେ ୧୮ ହଜାର ଏଡସ ରୋଗୀ ରହିଛନ୍ତି ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଗଂଜାମ ଜିଲାରେଏଡସ ପଜେଟିଭ ଏକ ନମ୍ବର ମାନ୍ଯତା ପାଇଛି ।ଗଂଜାମ ଜିଲାରେ ଏଚ ଆଇ ଭି ସଂକ୍ରମିତ ବୃଦ୍ଧି ପାଇଁ ଦାଦନ ଶ୍ରମିକ ସମସ୍ୟା ଓ ସେମାନକଂର ସୁରକ୍ଷିତ ଯୌନଜୀବନ ଶୈଳୀ ପ୍ରମୁଖ ଭୂମିକା ବୋଲି ବିଶେଷଜ୍ଞ ମାନେ ମତବ୍ଯକ୍ତ କରିଛନ୍ତି । ଏଡସକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କଲେ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମତ ପ୍ରକାଶ ପାଉଛି।