ଗଂଜାମ, ଗଂଜାମ ଜିଲାରେ ମାଳ ମାଳ ଜାଲ ଶିକ୍ଷକ ରହିଥିବା ନଜରକୁ ଆସିଛି। ଏମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷା ବିଭାଗ ତତ୍ପର ହୋଇଛି । ପୂର୍ବରୁ ପ୍ରାୟ ଏଭଳି ୫୦୦ କ୍ଯାଡର ପ୍ରାଥମିକ ଶିକ୍ଷକ ଜାଲ ଶିକ୍ଷା ପ୍ରମାଣ ପତ୍ର ଦେଇ ଚାକରି କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା । ଯାଂଚପରେ ୧୧୦ ଜଣ ଜାଲ ଶିକ୍ଷା ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ଜଣାପଡିବା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଏମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ଚାକିରିରୁ ବିଦା କରାଯାଇଛି । ସେହିପରି ୧୮ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
Related Stories
November 22, 2024