ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲାରେ ବୁଲିଲା ବୋଲ୍ଡୋଜର୍ । ଦୀର୍ଘବର୍ଷ ଧରି ଜଙ୍ଗଲ ଜମିରେ ବେଆଇନ ଭାବେ ନିର୍ମିତ ହୋଇଥିବା ଆସୋସିଏସନ୍ ଗୃହକୁ ଭାଙ୍ଗିଲା ପ୍ରଶାସନ ।
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ଠାରେ ଥିବା ମାତାରିଣୀ ଟିପର୍ ଓ ଟ୍ରକ୍ ଓନର୍ ଆସୋସିଏସନ୍ କାର୍ଯ୍ୟାଳୟକୁ ଉଚ୍ଛେଦ କରିଛି ପ୍ରଶାସନ । ତେବେ ୨୦୦୬ ମସିହାରେ ମା ତାରିଣୀ ଟିପର୍ ଓ ଟ୍ରକ୍ ଓନର୍ ଆସୋସିଏସନ୍ ଗଠନ ହୋଇଥିଲା । ଏହି ଆସୋସିଏସନ୍ ଦୈତାରୀ ଆଇରନ ଖଣିରୁ ଆଇରନ ପରିବହନ କରୁଥିବା ଟ୍ରକ ମାଲିକମାନେ ଗଠନ କରିଥିଲେ କିନ୍ତୁ ଏହି ଆସୋସିଏସନ୍ କୁ ବିଜେଡି ଦଳ କଣ୍ଟ୍ରୋଲ କରି ଆସୋସିଏସନ୍ ନାଁରେ କୋଟି କୋଟି ଟଙ୍କା ବିଭିନ୍ନ ଆଳ ଦେଖାଇ ଖାଉଥିଲେ । ତେବେ ଶୁଣିବାକୁ ମିଳେ ଏହି ଆସୋସିଏସନ୍ କୁ ପୁରାପୁରି କଣ୍ଟ୍ରୋଲରେ ରଖୁଥିଲେ ବିଜେଡିର ରାଜ୍ୟ ଯୁବ ଉପସଭାପତି ସୌମ୍ୟଶଙ୍କର ଚକ୍ର(ରାଜା ଚକ୍ର) । ରାଜା ଚକ୍ରଙ୍କ ଲୋକମାନେ ଏହି ଆସୋସିଏସନ୍ ନାଁରେ ପ୍ରତିଦିନ ହଜାର ହଜାର ଟ୍ରକ ଗୁଡ଼ିକରୁ ଚାନ୍ଦା ଆଦାୟ କରୁଥିଲେ । ତେବେ ପୂର୍ବରୁ ଗୋଟିଏ ଆସୋସିଏସନ୍ କାର୍ଯ୍ୟାଳୟ ଥିବା ବେଳେ କିଛି ବର୍ଷ ପୂର୍ବେ ପୁଣି ଆଉ ଏକ ଆସୋସିଏସନ୍ ଗୃହ ନିର୍ମାଣ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ଦୁଇଟି ଯାକ ଘର ରିଜର୍ଭ ଫରେଷ୍ଟ ଭିତରେ ନିର୍ମାଣ କରାଯାଇଥିଲା । ତେବେ ବିଜେଡି ସରକାର ଥିଲା ବେଳେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା । କିନ୍ତୁ, ରାଜ୍ୟରେ ବିଜେପି ସରକାର ଆସିବା ପରେ ଏବେ ଆକ୍ସନ ମୋଡରେ ବର୍ତ୍ତମାନ ରାଜ୍ୟ ସରକାର । ତେବେ ଉତ୍ତରପ୍ରଦେଶର ଯୋଗି ସରକାର ପ୍ରଥମେ ୟୁପିରେ ବୁଲ୍ଡୋଜର ଚଳାଇ ଚର୍ଚ୍ଚାରେ ଥିଲେ, ଆଜି ରାଜ୍ୟର କେନ୍ଦୁଝର ଜିଲ୍ଲାରେ ବୁଲ୍ଡୋଜର ଚାଲିଛି । ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ସରକାର ହିଁ ସମ୍ଭବ । କେନ୍ଦୁଝର ଜିଲ୍ଲାର ଏହି ବୁଲ୍ଡୋଜର ବୁଲିବା ବ୍ରାହ୍ମଣୀପାଳରୁ ଆରମ୍ଭ ହୋଇଛି । ଆଗକୁ ଆହୁରି ଅନେକ ଜାଗାରେ ଏଭଳି ବେଆଇନ ଜବରଦଖଲ ହୋଇଥିବା ଜାଗାରେ ବୁଲ୍ଡୋଜର ବୁଲିବ ବୋଲି ଜଣାପଡିଛି ।
ଏହି ଆସୋସିଏସନ୍ କାର୍ଯ୍ୟାଳୟ ଉଚ୍ଛେଦ ସମୟରେ ଅତିରିକ୍ତ ଏସପି, ଆନନ୍ଦପୁର ଏସିଏଫ୍ ଙ୍କ ଉପସ୍ଥିତି ତଥା ବ୍ୟାପକ ସୁରକ୍ଷା ବଳୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ୨ଟି ଆସୋସିଏସନ୍ ଘର ଭାଙ୍ଗା ଯାଇଛି ।