
ଅଲିରାଜପୁର– ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାରେ ଗୋଟିଏ ପରିବାରର ୫ ସଦସ୍ୟଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ପତି, ପତ୍ନୀ ଏବଂ ସେମାନଙ୍କର ତିନି ଶିଶୁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
ପୋଲିସର ସୂଚନା ଅନୁଯାୟୀ, ଅଲିରାଜପୁର ଜିଲ୍ଲାର ସୋଂଡବା ଥାନା ଅନ୍ତର୍ଗତ ଗୁନେରୀ ପଂଚାୟତ ଅନ୍ତର୍ଗତ ରାଉଡ଼ି ଗ୍ରାମର ଚାଷୀ ରାକେଶ ସିଂହ, ତାଙ୍କ ପତ୍ନୀ ଲଳିତା ଏବଂ ତାଙ୍କର ତିନି ଶିଶୁ(ଦୁଇ ପୁଅ, ଏକ ଝିଅ)ଙ୍କ ଶବ ଝୁଲନ୍ତା ଅବସ୍ଥାରେ ସୋମବାର ସକାଳେ ଘରେ ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।