![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ନୂଆଦିଲ୍ଲୀ, ଲୋକସଭା ଓ ରାଜ୍ୟସଭାର ନବନିର୍ବାଚିତ ସଦସ୍ୟ ସୋମବାର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଗାଜିପୁର ଲୋକସଭା ଆସନରୁ ନବନିର୍ବାଚିତ ସାଂସଦ ଅଫଜଲ ଅଂସାରୀଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି ।
ସେପଟେ ସମାଜବାଦୀ ପାର୍ଟିର ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନ ସଦନରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ଼ ରାଜ୍ୟସଭାର ନବନିର୍ବାଚିତ ସଦସ୍ୟ ଜୟା ବଚ୍ଚନଙ୍କୁ ଶପଥ କରାଇଥିଲେ ।