ଭୁବନେଶ୍ୱର– ସୋମବାର ଠାରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଆଜିର ଶୁଣାଣିରେ ବହୁ ସଂଖ୍ୟକ ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ ହୋଇଛି । ଲୋକେ ବ୍ୟକ୍ତିଗତ ସମସ୍ୟା ଓ ସାମାଜିକ ନ୍ୟାୟ ପାଇଁ ଅଭିଯୋଗ କରିବାକୁ ଆସୁଛନ୍ତି । ଜିଲ୍ଲାସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣିର ବ୍ୟବସ୍ଥା ହେବାର ଯୋଜନା ରହିଛି । ଜିଲ୍ଲାସ୍ତରରେ ଅଭିଯୋଗର ସମାଧାନ ହେଲେ ରାଜ୍ୟସ୍ତରରେ ଅଭିଯୋଗର ହାର କମିବ । ଆହୁରି ସ୍ମାର୍ଟ ଭାବେ ଜନ ଶୁଣାଣି କରିବାକୁ ଯୋଜନା ରହିଛି ବୋଲି ଗଣମାଧ୍ୟମକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
Related Stories
November 22, 2024