
ମାଲକାନଗିରି– ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ଗ୍ରାମପଞ୍ଚାୟତର କଣ୍ଡେଲ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତରେ ଗ୍ରାମର ସମ୍ବାରୁ ଦୋରାଙ୍କ ୪ଟି ଗାଈଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଶୁଣିବା ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ ଆଜି ସକାଳେ ଉକ୍ତ ଗ୍ରାମରେ ପହଞ୍ଚି ଗାଈ ମୃତ୍ୟୁ ଘଟଣା ନିଜ ଆଖିରେ ଦେଖିବା ପରେ କ୍ଷତିଗ୍ରସ୍ତ ସମ୍ବାରୁକୁ ସମବେଦନା ଜଣାଇଛନ୍ତି। ତତ୍ ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତ ଗାଈ ମାଲିକଙ୍କୁ କିଭଳି କ୍ଷତିପୂରଣ ଯୋଗାଇ ଦେବେ, ସେ ନେଇ ବିଧାୟକ ଶ୍ରୀ ଖିଲ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ତଥା ପ୍ରଶାସନିକ ଅଧିକାରୀଙ୍କୁ ସହିତ ଅଧିକ ଆଲୋଚନା କରି କ୍ଷତିପୂରଣ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ଏଭଳି ମାନବିକତା ପଣକୁ ଦେଖି ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିବା ସହିତ ବେଶ୍ ପ୍ରଶଂସା କରିଛନ୍ତି।