ଭୋପାଳ– ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ରାଜା ଭୋଜ ବିମାନବନ୍ଦର ଲଗାତାର ବିଦେଶୀ ଶକ୍ତିଙ୍କ ଟାର୍ଗେଟ୍ ରେ ରହିଛି । ପୁଣି ଥରେ ଏହି ବିମାନ ବନ୍ଦରକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ପୂର୍ବରୁ ଗତ ୬ ମାସରେ ତିନି ଥର ଏହିପରି ମେଲ୍ ବିମାନବନ୍ଦର କର୍ତୃପକ୍ଷଙ୍କ ଇ-ମେଲ୍ କୁ ଆସିଛି ।
ଏମିତିରେ ବମ୍ ଥ୍ରେଟ୍ କୁ ନେଇ ସୁରକ୍ଷା ଏଜେନ୍ସୀ ମାନେ ବବିଗତ ଦିନ ମାନଙ୍କ ଅପେକ୍ଷା ଅଧିକ ସତର୍କ ମୋଡ୍ ରେ ନଜର ଆସୁଛି । ଏହି ମାମଲାରେ ମଧ୍ୟ ପୋଲିସ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ତେବେ ଘଟଣାର ୨୪ ଘଂଟା ପରେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପାରିନାହିଁ ।