ଶିମଲା– ହିମାଚଳ ପ୍ରଦେଶରେ ଆଗାମୀ ୬ ଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷା ନେଇ ଅରେଞ୍ଜ୍ ଓ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ଏହି ସମୟରେ ପାହାଡ଼ରୁ ଭୂ-ସ୍ଖଳନର ଆଶଙ୍କା ରହିଥିବାରୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।
ପାଣିପାଗ ବିଜ୍ଞାନ କେନ୍ଦ୍ର, ଶିମଲାର ନିର୍ଦ୍ଦେଶକ ସୁରେନ୍ଦ୍ର ପାଲ କହିଛନ୍ତି ଯେ, ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି । ଏଥିପାଇଁ ରାଜ୍ୟରେ ଜୁନ୍ ୩୦ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ବହୁତ ଭୀଷଣ ବର୍ଷା ନେଇ ଅରେଞ୍ଜ ଆଲର୍ଟ ରହିବ । ଜୁଲାଇ ୩ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଭୀଷଣ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି ହୋଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଆଜି ଠାରୁ ବର୍ଷା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଗାମୀ ୨୪ରୁ ୭୨ ଘଂଟା ମଧ୍ୟରେ ହମିରପୁର, ବିଳାସପୁର, ଚମ୍ବା, କାଂଗଡା, ଶିମଲା, କୁଲ୍ଲୁ, ମଣ୍ଡି, ସୋଲନ ଏବଂ ସିରମୌର ଜିଲ୍ଲାର କିଛି ଅଂଚଳରେ ବହୁତ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ଭୀଷଣ ବର୍ଷା ଯୋଗୁଁ ଭୂ-ସ୍ଖଳନ ହେବାର ଆଶଙ୍କା ରହିଛି । ସ୍ଥାନୀୟ ଲୋକ, ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସମ୍ଭାବ୍ୟ ଭୂ-ସ୍ଖଳନ ଅଂଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏଥି ସହିତ ନଦୀ ନାଳ ଠାରୁ ମଧ୍ୟ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।