ଜମ୍ମୁ, ଅମରନାଥ ଯାତ୍ରା ନିମନ୍ତେ ତୀର୍ଥଯାତ୍ରୀଙ୍କ ତୃତୀୟ ଦଳ ରବିବାର ସକାଳେ ଜମ୍ମୁରୁ ସୁରକ୍ଷା କାଫିଲାରେ ଘାଟି ନିମନ୍ତେ ବାହାରିଛନ୍ତି । ୬୬୧୯ ଯାତ୍ରୀଙ୍କ ଏହି ଏହି ତୃତିୟ ଦଳ ୩୧୯ଟି ଗାଡିର ଦୁଇଟି ସୁରକ୍ଷା କାଫିଲାରେ ଜମ୍ମୁର ଭଗବତୀ ନଗର ଆଧାର ଶିବିରରୁ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା କରିଛନ୍ତି ।
ଚଳିତ ବର୍ଷ ଯାତ୍ରା ସମୟରେ ୭୦୦୦ରୁ ଅଧିକ ସେବାଦାର ସ୍ୱୟଂସେବକ ତୀର୍ଥଯାତ୍ରୀ ମାନଙ୍କର ସେବା କରୁଛନ୍ତି । ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ରେଲୱେ ଜୁଲାଇ ୩ ତାରିଖ ଠାରୁ ଅତିରିକ୍ତ ଟ୍ରେନ୍ ବ୍ୟବସ୍ଥା କରିବାକୁ ନିଷ୍ପତି ନେଇଛି । ଦୁଇଟି ରାସ୍ତାରେ ତୀର୍ଥଯାତ୍ରୀ ମାନଙ୍କ ନିମନ୍ତେ ହେଲିକପ୍ଟର ସେବା ମଧ୍ୟ ଉପଲବ୍ଧ ରହିଛି ।