ଭୁବନେଶ୍ୱର, ଓଡ଼ିଶାବାସୀ ବିଜେପିକୁ ସେବା କରିବାର ସୁଯୋଗ ଦେଇଛନ୍ତି । ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସଂକଳ୍ପ ପତ୍ରର ପ୍ରତି କଥାକୁ ପାଳନ କରିବ ବିଜେପି ସରକାର ବୋଲି ସେ କହିଛନ୍ତି । ସବୁ ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବାର ପ୍ରତିଶ୍ରୁତି ଦେଇଛୁ । ଜଗନ୍ନାଥଙ୍କ ଚାରି ଦ୍ଵାରା ଖୋଲାଗଲା, ଧାନ ଏମଏସପି 3100 ଟଙ୍କା ହେଲା, ସୁଭଦ୍ରା ଯୋଜନାରେ 50 ହାଜର ଟଙ୍କାର ଭଉଚର୍ ମହିଳା ମାନଙ୍କୁ ମିଳିବ । 100 ଦିନ ଭିତରେ ହେବ । ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରହି କାମ ହେବ । ସମସ୍ତଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦାୟିତ୍ଵ ନିଆଯିବ । କେହି ଗରିବ ରହିବେ ନାହିଁ । ଦାଦନ ଖଟିବାକୁ କେହି ଯିବେ ନାହିଁ। 5 ବର୍ଷ ଦିନ ରାତି ପରିଶ୍ରମ କରିବାକୁ ଦେଲେ ଆହ୍ଵାନ ।
ମୋଦି ତାଙ୍କ ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାରୁ 3 ଜଣଙ୍କୁ ସାମିଲ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି । ସରକାରଙ୍କ ଉପଲବ୍ଧିକୁ ଘରେ ଘରେ ପହଞ୍ଚାଇବା । 25ରୁ 30 ବର୍ଷ ଯାଏଁ ବିଜେପି ସରକାରକୁ କେହି ଛୁଇଁ ପାରିବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।