ଗଂଜାମ– ରାଜ୍ୟର କେତେକ ସ୍ଥାନରେ ଜଣ୍ଡିସ ର ପ୍ରକୋପ ଦେଖାଦେଇଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁର ସହରରେ ପାଇପରେ ଗୋଳିଆ ତଥା ମାଟିଆ ପାଣି ଆସୁଛି । ଜନସାଧାରଣ ଏହି ପାଣିକୁ ପିଇବା ପାଣି ରୂପେ ବ୍ଯବହାର କରୁଛନ୍ତି । ବର୍ଷା ପରେପରେ ବର୍ଷାପାଣି ଓ ନାଳ ନର୍ଦ୍ଦମା ପାଣି ପାଇପରେ ମିଶି ଆସୁଥିବା ଜଣାପଡ଼ିଛି ।ଏହି ପାଣି ବ୍ଯବହାର କରି ସହର ବାସୀ ଜଣ୍ଡିସ ଓ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏଣୁ ବ୍ରହ୍ମପୁର ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଘଟଣାର ଅନୁଧ୍ୟାନ କରି ବିଶୋଧିତ ଜଳ ପାଇପ ରେ ଯୋଗାଇବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
Related Stories
November 21, 2024
November 21, 2024