-
ନିଅଂଟିଆ ବର୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଉତ୍କଟ ସ୍ଥିତି
ଭୁବନେଶ୍ଵର, ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୫୩.୬ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୨୭ ପ୍ରତିଶତ କମ୍ ।
ଏହି ସମୟରେ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ୧୨ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଛି । ଗୋଟିଏ ଜିଲ୍ଲାରେ ଉତ୍କଟ ନିଅଂଟିଆ ସ୍ଥିତି ରହିଛି । ସେହି ଜିଲ୍ଲା ହେଲା ମୟୂରଭଞ୍ଜ । ଏବଂ ଅନ୍ୟ ୧୬ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।