ଭୁବନେଶ୍ୱର,ମନୋଜ ଅହୁଜା ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଲୋକ ସେବା ଭବନରେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।
ବିଦାୟୀ ମୁଖ୍ୟ ସଚିବ ପ୍ରଦୀପ ଜେନା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ମୁଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଦାୟିତ୍ୱ ଆଜି ଅପରାହ୍ନ 3.30 ରେ ଛାଡିଛି। 1990 ବ୍ୟାଚ୍ (କଳାହାଣ୍ଡି ଦିନରୁ) ମୋର ଜଣେ ଭଲ ବନ୍ଧୁ ମନୋଜ ଅହୁଜାଙ୍କୁ ମୁଁ ସ୍ୱାଗତ କରୁଛି ଏବଂ ମୁଁ ଖୁସି ଯେ ଆଜି ସେ ମୋ ସ୍ଥାନରେ ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ି । ତାଙ୍କୁ ଅନେକ ଶୁଭେଚ୍ଛା |