ନୂଆଦିଲ୍ଲୀ– ବୈଦେଶିକ ମନ୍ତ୍ରୀ ଡ ଜୟଶଙ୍କର ଆଜି କତରକୁ ଏକ ସରକାରୀ ଗସ୍ତ ରେ ଯାଇ ଦୋହା ଠାରେ ପହଂଚିଛନ୍ତି । ଦୋହା ଠାରେ ଚିଫ ଅଫ ପ୍ରଟୋକଲ ଇବ୍ରାହିମ ଫଖରୁ ତାଙ୍କୁ ସ୍ୱାଗତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ତଥା କତରର ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲ ରହମାନ ବିନ୍ ଜସିମ ଅଲ ଥାନିଙ୍କୁ ଭେଟିବେ ।