ଲେହ– ଲେହ ଜିଲ୍ଲାର ନ୍ୟୋମା-ଚୁସୁଲ ଅଂଚଳରେ ଏଲଓସି ନିକଟରେ ଶନିବାର ବଡଧରଣର ଅଘଟଣ ଘଟିଛି । ଶନିବାର ସକାଳେ ଟି-72 ଟ୍ୟାଙ୍କ ନଦୀ ପାର୍ ବେଳେ ବୁଡିଯିବା କାରଣରୁ ଜଣେ ଜୁନିୟର କମିଶନଡ ଅଧିକାରୀଙ୍କ ସମେତ 5ଜଣ ଯବାନ ସହିଦ ହୋଇଛନ୍ତି ।
ଅଧିକାରୀଙ୍କ ସୂଚନା ମୁତାବକ ଏହି ଘଟଣା ଲଦ୍ଦାଖରୁ 148 କିଲୋମିଟର ଦୂର ମନ୍ଦିର ମୋଡ ନିକଟରେ ପ୍ରାୟ 3ଟା ସମୟରେ ଅଭ୍ୟାସ ବେଳେ ଘଟିଛି । ଅଧିକାରୀ କହିଛନ୍ତି ଯେ, ନଦୀ ପାର୍ କରିବା ସମୟରେ ହଠାତ୍ ବନ୍ୟା କାରଣରୁ ଟ୍ୟାଙ୍କ ସହିତ ଜଣେ ଜେସିଓ ଓ 4ଜଣ ଯବାନ ବୁଡିଯାଇଛନ୍ତି ।ଏହାପରେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି । 5ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।