ହାଇଦ୍ରାବାଦ, କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଧର୍ମପୁରୀ ଶ୍ରୀନିବାସଙ୍କ ବିୟୋଗ ହୋଇଛି । ଆଜି ଭୋର 3ଟା ବେଳେ ହାଇଦ୍ରାବାଦ ସ୍ଥିତ ନିଜ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।
ପରିବାର ସଦସ୍ୟଙ୍କ ଅନୁସାରେ, ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ହାର୍ଟ ଆଟାକ କାରଣରୁ ତାଙ୍କ ବିୟୋଗ ହୋଇଛି । ନିଜାମାବାଦ ଜିଲ୍ଲାରୁ ପାର୍ଟି ରାଜନୀତି ଆରମ୍ଭ କରିଥିଲେ । ଯେତେବେଳେ କଂଗ୍ରେସ ମିଳିତ ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିଲା, ସେତେବେଳେ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ଆନ୍ଧ୍ରର ଅଧ୍ୟକ୍ଷ ମଧ୍ୟ ଥିଲେ । ରାଜ୍ୟ ବିଭାଜନ ପରେ 2015ରେ ରାଜ୍ୟସଭା ସଦସ୍ୟ ହୋଇଥିଲେ ।