ଭୁବନେଶ୍ୱର, ରାଜ୍ୟର ସବୁ ଧାନ ମଣ୍ଡିରେ ସିସିଟିଭି କ୍ୟାମେରା ଲାଗିବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଗାମୀ ୨ ମାସ ମଧ୍ୟରେ ସବୁ ମଣ୍ଡିରେ ସିସିଟିଭି ଲଗାଯିବ। ସବୁ ଗାଡ଼ିରେ ଜିପିଏସ ଲାଗିବ। ଯାହା ଦ୍ୱାରା କିଏ ବ୍ୟକ୍ତି ଧାନ ଆଉ କେଉଁଠି ଅନଲୋଡ଼ କଲା କି ତାର ଖବର ଆସିପାରିବ। ତେଣୁ ଜିପିଏସ ଅନ କରି ଦୁର୍ନୀତି ରୋକିବା ପାଇଁ ବିଭାଗ ଚେଷ୍ଟା କରିବ। ମଣ୍ଡିରୁ ଧାନ ମିଲର ପାଖକୁ ଗଲା କି ନାହିଁ ତାର ଯାଞ୍ଚ ହେବ। ୨୪ ବର୍ଷରେ ହୋଇଥିବା ଦୁର୍ନୀତି ଉପରେ ରୋକ ଲାଗିବ। କୋରାପୁଟ, ମାଲକାନଗିରି, ରାୟଗଡା ଜିଲାରେ ବୁଲି ସ୍ଥିତି ଦେଖିବା ବେଳେ ବହୁତ ଅସୁବିଧା ଅଛି ବୋଲି ମନ୍ତ୍ରୀ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ହୋଇଛି ସେ କାମ ସୁବିଧା ସୁଯୋଗ କରିବେ।
ସେ କହିଛନ୍ତି, ରି ସାଇକେଲିଙ୍ଗ ଚାଉଳ ଯେମିତି ନହେଉ ସେ ଦିଗରେ ଜିଲାପାଳ ଦେଖିବେ। କଟନି ଛଟନି ଆଦୌ ହେବ ନାହିଁ। ମଣ୍ଡି ଅବ୍ୟବସ୍ଥା ଲାଗି ରହିଛି। ନିର୍ଦେଶ ଦିଆଯାଇଛି କୃଷକ ମାନେ ଯେମିତି କୌଣସି ଦ୍ରବ୍ୟ ସେଠାରେ ମାସେ ମାସେ ନ ଧରି ବସିବେ ନାହିଁ ସେ ପାଇଁ ସୁବିଧା ହେବ।କାଲିମେଳାରେ ଗତକାଲି ମୁଁ ନିର୍ଦେଶ ଦେଇଛି ସେଠି କୃଷକ ମାନେ ଜଲଦି ଦ୍ରବ୍ୟ ଦେଇ ଯିବେ। ସେ ବବ୍ୟବସ୍ଥା ହେବା ସହ କୃଷକ ଆକାଉଣ୍ଟକୁ ୪୮ ଘଂଟା ମଧ୍ୟରେ ପଇସା ଯିବ।
ସେ କହିଛନ୍ତି, ଖୁଚୁରା ବେପାରୀଙ୍କ ଉପରେ ରେଡ ହେବ । ଯେ କେହି ଖୁଚୁରା ବେପାରୀ ଅତ୍ୟଧିକ ଲାଭ ରଖି ଜିନିଷ ବିକ୍ରି କଲେ ଏବଂ ଅଭିଯୋଗ ଆସିଲେ ରେଡ ପାଇଁ ନିର୍ଦେଶ ଦେବି। ଦରଦାମ ନିୟନ୍ତ୍ରଣରେ ଅଛି। ପିଆଜ ,୪୦ ଉପରକୁ ଯାଇନାହିଁ, ଆଳୁ ୩୦,୩୫ ଟଙ୍କା ଭିତରେ ଅଛି। କାରଣ ହେଉଛି ଆସିକ ଓ ଆନ୍ଧ୍ରରୁ ଏ ସବୁ ଆସୁଛି। ସେଠି ଦାମ ଅଧିକ ଅଛି।
ସେ କହିଛନ୍ତି, ଶୀତଳ ଭଣ୍ଡାର କରିବା ପାଇଁ ଆମ ସରକାର ବଦ୍ଧ ପରିକର। ଆମେ ଆଗରୁ କହିଛୁ। କୃଷି ବିଭାଗ ପ୍ରସ୍ତୁତ ହେଉଛି। ମୁଁ ମଧ୍ୟ ତାଙ୍କୁ ସହଯୋଗ କରିବି ବିଭାଗୀୟ ସ୍ତରରେ। ସେ ଦିଗରେ ଚର୍ଚ୍ଚା ଆଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ଚାହିଁଛନ୍ତି। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ।