-
ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ ୧୭୫.୩ ମି.ମି.
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ ୧୭୫.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିରେ ୧୪୩.୦ ମି.ମି., କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୧୨୦.୮ ମି.ମି., ଅନୁଗୁଳ ଜିଲ୍ଲାର ଅନୁଗୁଳରେ ୧୦୯.୦ ମି.ମି., କେନ୍ଦୁଝର ଜିଲ୍ଲାର ଘସିପୁରାରେ ୯୮.୨ ମି.ମି., ବଲାଙ୍ଗିର ଜିଲ୍ଲାର ସାଲେଭଟାରେ ୮୫.୨ ମି.ମି., ଦେବଗଡ଼ ଜିଲ୍ଲାର ବାରକୋଟରେ ୮୨.୪ ମି.ମି., ବଲାଙ୍ଗିର ଜିଲ୍ଲାର ଗୁଡଭେଲାରେ ୭୬.୦ ମି.ମି., ବରଗଡ଼ ଜିଲ୍ଲାର ଝାରବନ୍ଧରେ ୭୫.୦ ମି.ମି., ବଲାଙ୍ଗିର ଜିଲ୍ଲାର ସଇଁନ୍ତଳାରେ ୭୫.୦ ମି.ମି., ଦେବଗଡ଼ ଜିଲ୍ଲାର ରିଆମାଳରେ ୭୩.୦ ମି.ମି., ବରଗଡ଼ ଜିଲ୍ଲାର ଭଟଲିରେ ୭୧.୦ ମି.ମି. ଏବଂ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲିରେ ୬୫.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।